ରାଇଘର ୧୫/୭ (ମ ନି ସ ) ନବରଙ୍ଗପୁର ଜିଲା ରାଇଘର ବ୍ଲକ ବନ ବିଭାଗର କର୍ମଚାରୀ ଗୁରୁବାର ରାତିରେ ଏକ ପିକପ୍ ଭ୍ୟାନ ରେ ବୋଝେଇ ଶାଗୁଆନ କାଠ ଗଣ୍ଡି ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗୁରୁବାର ରାତିରେ ରାଇଘର ବନ ବିଭାଗର ରାଇଘର ବନ ପାଳ ରାମଚନ୍ଦ୍ର ଯାନି, ଭୁବନେଶ ପୂଜାରୀ,ଲାଲୁ ବିଷଇ,ହେମନ୍ତ ହରିଜନ, ଗକୁଲ୍ ମଣ୍ଡଲ ଙ୍କ ସମେତ ପାରା କର୍ମଚାରୀ ରାଇଘର ବନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଗୁରୁବାର ରାତିରେ ପେଟ୍ରୋଲିଂ କରିବା ପାଇଁ କୁସୁମପୁର ଯାଇଥିଲେ l ପେଟ୍ରୋଲିଂ କରୁଥିବା ସମୟରେ କୁସୁମପୁର ଜୈଲଗୁଡା ନିକଟରେ ଏକ ପିକପ୍ ଭ୍ୟାନ ଆସୁଥିବା ଦେଖି ଗାଡ଼ି କୁ କର୍ମଚାରୀ ଅଟକାଇ ଥିଲେ ଯାଞ୍ଚ କରିବା ପରେ ଗାଡ଼ିରେ ଶାଗୁଆନ କାଠ ଗଣ୍ଡି ଦେଖି ଗାଡ଼ି (ନୋ OR 24 -1959) କୁ ରାଇଘର କାର୍ଯ୍ୟଳୟ କୁ ଆଣିଥିଲେ। ଗାଡି ରେ ମୋଟ ୨୮ ଗୋଟି କାଠ ଗଣ୍ଡି ଥିବା ବନପାଳ ଶ୍ରୀ ଯାନି ପ୍ରକାଶ କରିଛନ୍ତି l ପିକପ୍ ଭ୍ୟାନ କୁନ୍ଦେଇ ଥାନା ଅନ୍ତର୍ଗତ ସମ୍ବଲପୁର ଠାରୁ ସୋନପୁର ଗ୍ରାମକୁ ଆସୁଥିବା ସମୟରେ କୁସୁମପୁର ଜୈଲଗୁଡା ନିକଟରେ ଧରିଥିବା ଜଣାପଡ଼ିଛି l ପିକପ୍ ଭ୍ୟାନ ଡ୍ରାଇଭର ଜାକିର ଖାନ (53) କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି l ୨୮ ଗୋଟି ଶାଗୁଆନ କାଠ ଗଣ୍ଡି ର ମୁଲ୍ୟ ଆନୁମାନିକ ୧,୫୦,୦୦୦ ଟଙ୍କା ରୁ ଅଧିକ ମୂଲ୍ୟ ହେବ ବୋଲି ବନ ପାଳ ଶ୍ରୀ ଯାନି ପ୍ରକାଶ କରିଛନ୍ତି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ