Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ବରଷା ଗାଉଛି ଗୀତ by Sunil Chandra NayakJuly 17, 2022082 Share0 ବରଷା ଗାଉଛି ଗୀତ ସୁରେନ୍ଦ୍ର କୁମାର ବେହେରା ମେଘ ସବାରିରେ ମୌସୁମୀ ଆସିଲା ଛୁଇଁଲା ଓଡିଶା ଭୂଇଁ ଝରଝର ହୋଇ ବରଷା ଝରିଲା ବେଙ୍ଗୁଲି ନାଚିଲା ଡେଇଁ ।1। ଗଛଲତା ଯେତେ ସତେଜ ଦିଶିଲା ବରଷା ଗାଇଲା ଗୀତ ସାରୁ ବୁଦାମୂଳେ ବେଙ୍ଗୁଲି ଖୋଜିଲା କୁଆଡେ ଗଲାତା,ମିତ ।2। ବାଡ଼ି ବଗିଚାରେ ନାନା ଜାତିଫୁଲ ଶୋଭା ପାଏ ଗଛ ଡାଳେ ଟିକି ଚଢ଼େଇଟି ଏଡାଳୁ ସେଡାଳେ ଆନନ୍ଦରେ ଉଡି ବୁଲେ ।3। ଗାଆଁ ଦାଣ୍ଡେ ଚାଲେ ବରଷାର ସୁଅ ଟୁନା ଟୁନି ଖୁସି ହେଲେ କାଗଜରେ ଡ଼ଙ୍ଗା ତିଆରି କରିସେ ଭସେଇ ତାଳି ମାରିଲେ ।4। ପ୍ରକୃତି ହସିଲା ଭିଜା ବରଷାରେ ହସିଲା ଏମାଟି ମାଆ ଜୀଵ ଜଗତରେ ହସର ଲହରୀ ପୋଖରୀ ପାଣି ଗୋଳିଆ ।5। ଗିରିଷମ ତାତି ଯେତେକ ଅଶାନ୍ତି ମନରୁ ଦୂରେଇ ଗଲା ବେଉଷଣ ପାଇଁ କ୍ଷେତେ ଚଷା ଭାଇ ଖୁସିରେ ଗୀତ ଗାଇଲା ।6। ସବୁଜ ଧରଣୀ କୃଷକ ଗୃହିଣୀ ମନେ ଟିକେ ଦକା ନାହିଁ ଲକ୍ଷ୍ମୀଙ୍କୁ ସୁମରି ମୁଣ୍ଡିଆ ମାରୁଛି ଅଧିକ ଅମଳ ପାଇଁ ।7। ଚାଷୀର ଭରସା ଚାଷତା, ବେଉସା ବରଷା ମଙ୍ଗଳ କାରୀ ବରଷା ରାଣୀର ସୁଗୁଣ ଗାଇବା ଆକାଶୁ ଆସିବ ଝରି ।8। ନାଲି ଗୁଲୁ ଗୁଲୁ ସାଧବ ବୋହୂଟି ମଥାରେ ଓଢଣୀ ଦେଇ ସବୁଜ ଘାସରେ ଚାଲୁଥିଲା ଧୀରେ ବରଷା ପରଶ ପାଇ ।9। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର