ନୂଆପଡ଼ା -ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ମୁକ୍ତ ବିଚାର ମଞ୍ଚ ଆନୁକୂଲ୍ୟରେ ୩୩ତମ ଆଲୋଚନା ଚକ୍ର ସ୍ଥାନୀୟ କଲ୍ୟାଣ ମଣ୍ଡପ-୧ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରଟି ” ମାନବାଧିକାର କର୍ମୀ ଆଜି ପ୍ରଚାର ସର୍ବସ୍ୱ ” ଶୀର୍ଷକ ଉପରେ ପର୍ଯ୍ୟବେସିତ ହୋଇ ଥିଲା । ଏଥିରେ ବରେଣ୍ୟ ଆଲୋଚକ ଭାବରେ ଶ୍ରୀ ଡୋଳା ମୋହନ ସିଂ ବାବୁ, ନିର୍ଦ୍ଦେଶକ,”ଆହେଡ୍”, ଶ୍ରୀ ମହେନ୍ଦ୍ର କୁମାର ଯୋଷୀ, ସମାଜ କର୍ମୀ, ଶ୍ରୀ ମିୟୋଗ ରଞ୍ଜନ ପାତ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ,ଖଡ଼ିଆଳ ଓ ଆଇନ ଛାତ୍ର ଶ୍ରୀ ଭଗତ ସିଂ ସୁନାନୀ ପ୍ରମୁଖ ସଦୟ ଯୋଗଦାନ ପୂର୍ବକ ଶୀର୍ଷକ ର ସପକ୍ଷ ଓ ବିପକ୍ଷ ଉପରେ ଆଲୋଚନା କରିଥିଲେ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାର ପ୍ରାକ୍ତନ ଅଧିକାରୀ ଶ୍ରୀ ଶଶିକାନ୍ତ ଖମାରୀ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ଆଲୋଚକ ମାନଙ୍କ ଉଚ୍ଚକୋଟୀର ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ, ଡଃ ସୁଶାନ୍ତ କୁମାର ବିଶି, ଡଃ ହରେନ୍ଦ୍ର କୁମାର ପଣ୍ଡା, କିଶୋର ଚନ୍ଦ୍ର ଅଗସ୍ତି, ଆଇନଜୀବୀ ପବିତ୍ର ମୋହନ ପ୍ରଧାନ, କିଶୋର ବାଗ, ଭବାନୀ ଶଙ୍କର ପାଢ଼ୀ, ଅଧ୍ୟାପକ ଥବିର ଦୀପ, ଗୋପାଳ ଚନ୍ଦ୍ର ଦାସ, ବେତାର କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ, ନନ୍ଦ କିଶୋର ପ୍ରଧାନୀ, ଶିରିଶଙ୍କର ବାରିକ,ଭାନୁ ଚନ୍ଦ୍ର ସୁନାନୀ,ଜାଫର୍ ମହମ୍ମଦ, ସଂଗ୍ରାମ ସିଂ ଠାକୁର, ରେଖରାଜ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ । ଶ୍ରୀ ମହେନ୍ଦ୍ର କୁମାର ଜଗତ ଧନ୍ୟବାଦ ଅର୍ପଣ କରିଥିଲେ । (ନୂଆପଡା ରୁ ସୁଜିତ କୁମାର ପ୍ରଧାନ)
previous post
next post