ନୂଆପଡ଼ା -ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ନୂତନ ଶିକ୍ଷାନୀତି ବିଷୟରେ , ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଏହି ଆଲୋଚନା ଚକ୍ରର ସଭାପତି ଭାବରେ ଡ଼. ଚନ୍ଦ୍ର ଶେଖର ଚନ୍ଦ୍ରକାର , ସଂକୁଳ ସଂଯୋଜକ ସତ୍ୟନାରାୟଣ ଭୋକ୍ତା ଅତିଥି ପରିଚୟ ପ୍ରଦାନ କରିଥିଲେ | ସଂକୁଳ ପ୍ରମୁଖ ରୁଦ୍ରମାଧବ ବାରିକ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ବିଶିଷ୍ଟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ସହପ୍ରମୁଖ ଶ୍ରୀଯୁକ୍ତ ଲୋହିତ କୁମାର ଗଡ଼ତ୍ୟା , ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ବିନୋଦ ବିହାରୀ ପାଢ଼ୀ, କୋଷାଧକ୍ଷ ଶ୍ରୀଯୁକ୍ତ ଗରୁଡ଼େଶ୍ୱର ଗହୀର ମଂଚାସୀନ ଥିଲେ | ଖଡ଼ିଆଳ ସଂକୁଳର ୬ଟି ବିଦ୍ୟାଳୟର ବୁଦ୍ଧିଜୀବି ଏହି ଆଲୋଚନା ଚକ୍ରରେ ଭାଗନେଇ ” ନୂତନ ଜାତୀୟ ଶିକ୍ଷା ନୀତି ” ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ | ଆଚାର୍ଯ୍ୟ ରମେଶ କୁମାର ହଂସ ମଞ୍ଚ ପରିଚାଳନା କରିଥିଲେ ଓ ପରିଶେଷରେ ଶ୍ରୀଯୁକ୍ତ ଗରୁଡ଼େଶ୍ୱର ଗହୀର ଧନ୍ୟବାଦ ଦେଇଥିଲେ ।(ନୂଆପଡା ରୁ ସୁଜିତ କୁମାର ପ୍ରଧାନ)