ଥୁଆମୂଳ ରାମପୁର:୨୯/୭- ମ.ନୀ.ସ:- କଳାହାଣ୍ଡି ଜିଲ୍ଲା ପାହାଡ ପର୍ବତ ଘେରା ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ସଦରମହକୁମାରେ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ଯାଳୟର ସଫଳ ହାସଲ କରିପାରିଛି। ସୂଚନା ଅନୁସାରେ ଜଣାପଡିଛି ଯେ, CBSE AISSE 2021-22 ଶିକ୍ଷାବର୍ଷରେ ଏହି ବିଦ୍ଯାଳୟର ପାସହାର ୯୬.୩୦% ରହିଥିବା ବେଳେ ଦିଲ୍ଲୀପ କୁମାର ନାଏକ ୯୧% ପ୍ରତିଶତ ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ସମୀର ୮୮% ଓ ସଚିନ୍ଦ୍ର ନାଏକ ୭୯.୬୦% ରଖି କ୍ରମନ୍ବୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ କୁ ଗୌରବାନ୍ବିତ କରିଛନ୍ତି। ଏହି ଫଳାଫଳକୁ ଥୁଆମୂଳ ରାମପୁର ବ୍ଳକ ଅଞ୍ଚଳବାସୀ ସ୍ବାଦୁବାଦ ଜଣାଇଛନ୍ତି। ବିଦ୍ୟାଳୟ ର ପରିଚାଳନା ସମିତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି। ବିଦ୍ୟାଳୟରେ କାର୍ଯ୍ଯରତ ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ସହିତ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିବା ନେଇ ଯେଉଁ ଶିକ୍ଷାଦାନ କରୁଛନ୍ତି ତାହା ଅଞ୍ଚଳର ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟ ଅପାର ଆନନ୍ଦ ଯୋଗାଇଥିବା ଜଣାପଡିଛି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ