ରାଇଘର -: ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ କିଛି ଦିନର ବ୍ୟବଧାନ ପରେ ପୁଣି ଆଜି ଦେଖିବାକୁ ମିଳିଛି ମାଓ ବ୍ୟାନର।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଛକ ୪୦ନମ୍ବର ମୁଖ୍ୟ ରାସ୍ତା ମଝିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା l ମାଓ ବେନର ମୁଖ୍ୟ ରାସ୍ତା ରେ ଲାଗିଥିବା ଦେଖି ମୁଖ୍ୟ ରାସ୍ତା ରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା , ଏହା ସହ ଲୋକଙ୍କ ଯାତାୟାତ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା ।ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ବେଳେ, ବର୍ତ୍ତମାନ ସହିଦ ହୋଇଥିବା ଅନେକ ମାଓବାଦୀ ଙ୍କ ନାମ ଲେଖି ରାସ୍ତା ଅବରୋଧ କରିଛନ୍ତି, ହେଲେ ଏହା କେଉଁ ମାଓ ସଙ୍ଗଠନ ପକ୍ଷରୁ ବ୍ୟାନର ମାରି ରାସ୍ତା ଅବରୋଧ କରିଛନ୍ତି ତାହା ବ୍ୟାନର ରେ ଉଲ୍ଲେଖ ହୋଇ ନାହିଁ। ରାଇଘର ପୋଲିସ ଖବର ପାଇ ମାଓ ବେନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ