- ନୁଆପଡା:କେନ୍ଦୁପତ୍ର ଖଡ଼ିଆଳ ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ତୋଳାଳୀ,ବନ୍ଧାଲି ,ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ବକେୟା ଥିବା ପାଉଣା ଠୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ ସମସ୍ୟା ଓ ଦାବୀ କୁ ନେଇ ଦୀର୍ଘ ଅଢେଇ ଘଣ୍ଟା ବିସ୍ତୃତ ଚର୍ଚ୍ଚା ଆଲୋଚନା କରିଛନ୍ତି।ସିଜିନାଲ ଷ୍ଟାଫ ଙ୍କ ଇ.ପି.ଏଫ. ଲାଗୁ ପାଇଁ ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବା,ସିଜିନାଲ କର୍ମଚାରୀ ଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ, ହେଡଚେକର ମାନ ଙ୍କ ବକେୟା ଥିବା ତିନି ମାସର ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ,ଆସନ୍ତା ସିଜନ ରେ ଆବଶ୍ୟକ ଥିବା ଅନ୍ୟୁନ ଆଠ ରୁ ଦଶ ହଜାର ପତ୍ର ତୋଳାଳୀ ଙ୍କୁ ତୋଳାଳୀ କାର୍ଡ ପ୍ରଦାନ କରିବା,ଫଡ଼ି କମିଟି ଠିକ ଭାବରେ ଗଠନ କରି ଫଡ଼ି ସ୍ତରରେ କାମ ପାରିଚାଳନା କରିବା,ସଙ୍ଘ ସହିତ ଆଲୋଚନା ଓ ବିଚାର ବିମର୍ଷ କରି ସିଜିନାଲ ଷ୍ଟାଫ ଙ୍କ ପ୍ରମୋସନ ନିର୍ଦ୍ଧାରିତ କରିବା,ଖଡ଼ିଆଳ ରେ ବାକିଥିବା ଫାଲ ୟୁନିଟ ଗୁଡିକୁ ପ୍ରୋସେସ କରିବା,ସାମାଜିକ କଲ୍ୟାଣ ଯୋଜନାରେ ପୂର୍ବ ପ୍ରଦତ୍ତ ସମସ୍ତ ସୁବିଧା ପୁଣି ଲାଗୁ କରିବା ତଥା ପାଞ୍ଚ ଶହ କେରୀ ପତ୍ର ତୋଳି ଥିବା ତୋଳାଳୀ ଙ୍କୁ କଲ୍ୟାଣ ଯୋଜନାରେ ସାମିଲ କରିବା,କେନ୍ଦୁପତ୍ର ବ୍ୟବସାୟ ଉପରୁ ଜିଏଷ୍ଟି ଉଚ୍ଛେଦ। ( ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ)
previous post