ପାପଡାହାଣ୍ଡି, 15/8, ମନିସ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତରେ ଅନେକ ଘର ଭାଙ୍ଗି ଯାଇଛି | ତେବେ ଅଳ୍ପକେ ପରିବାର ବର୍ତ୍ତୀ ଯାଇଥିବା ବେଳେ ଅସହାୟ ଅବସ୍ଥାରେ ସରକାରି ସହାୟତା କୁ ଚାହିଁ ବସିଛନ୍ତି | ଦୁଇ ତିନି ଦିନର ଲଗାଣ ବର୍ଷାରେ ଏହି ଘର ଭାଙ୍ଗିଛି ।ସେମଳା ପଞ୍ଚାୟତର ବରଗୁଛିଆଗୁଡାର ଲବ ଗରଡ଼ା ଙ୍କ ଘର ବିଳମ୍ବିତ ରାତିରେ ଅଜସ୍ର ବର୍ଷା ହେତୁ ଭାଙ୍ଗି ଯାଇଛି । ଅଳ୍ପକେ ପରିବାର ବର୍ତ୍ତି ଯାଇଥିଲେ । ଘର ଭାଙ୍ଗି ଯାଇଥିବା ରୁ ଅନ୍ୟ ଘରେ ଯାଇ ରହୁଛନ୍ତି ପରିବାର ।କୁଲିମଜୁରୀ କରି ପରିବାର ଚଳିବା କଷ୍ଟ ହୋଉଥିବା ବେଳେ ଘର ନିର୍ମାଣ କରିବାକୁ ସାମର୍ଥ୍ୟ ହୋଇପାରୁ ନାହାଁନ୍ତି ।ପ୍ରଶାସନ କୁ ବାରମ୍ବାର ନୂତନ ଘର ପାଇଁ କହିଲେ ଶୁଣୁ ନ ଥିବା କହିଛନ୍ତି ଲବ ଗରଡ଼ା । ଠିକ ସେହିଭଳି ସେମଳା ପଞ୍ଚାୟତର ଡୁମରିପଦର ଗ୍ରାମରେ ଥିବା କୁମ ଗାଁଉଟିଆ ଙ୍କ ଘର ମଧ୍ୟ ବର୍ଷା ପାଇଁ ଭାଙ୍ଗି ଯାଇଛି ।କୁମ ବି ସରକାରଙ୍କ ସହାୟତା ଅପେକ୍ଷାରେ । ସେମଧ୍ୟ ସରକାରଙ୍କୁ ବାରମ୍ବାର ଗୁହାରି କଲେ ବି କେହି ଶୁଣୁ ନ ଥିବା କହିଛନ୍ତି କୁମ ।ଏନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ଯେ ରାଜସ୍ୱ ନିରୀକ୍ଷକଙ୍କୁ ଏନେଇ ଅବଗତ କରିଛି ପଲିଥିନ ଦେବା ପାଇଁ | ଆବାସ ଘର ପୁରୁଣା ଲିଷ୍ଟ ଶେଷ ହେଲା ପରେ ନୂଆ ଲିଷ୍ଟ ଏମାନଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ