ଶ୍ରୀ କୃଷ୍ଣ ଜନ୍ମ
ସୁରେଶ ଚନ୍ଦ୍ର ପାଢୀ
ସେଦିନ ଥିଲା ଭାଦ୍ରବ ମାସ ଅଷ୍ଟମୀ ତିଥି ରୋହିଣୀ ନକ୍ଷେତ୍ର ବୃଷ ଲଗ୍ନ ଓ ବୁଧବାର।
ଆକାଶ ରେ ମେଘ ଓ ବିଜୁଳି ମାରୁଥାଏ।
କଂସ ନିଜେ ତାର ଭଗ୍ନି ଦେବକୀ କୁ ବସୁଦେବ ଙ୍କ ସହ ବିବାହ କରାଇଲା ଓ ରଥ ରେ ନେଉ ଥିବା ବେଳେ ଆକାଶରୁ ଶୂନ୍ୟ ବାଣୀ ହେଲା ଦେବକିର ଅଷ୍ଟମ ସନ୍ତାନ ହାତ ରେ ତାର ବିନାଶ ହେବ।
ତେଣୁ ସେ ବନ୍ଦୀ ଗୃହେ ଦୁହିଁକୁ ରଖିଥିଲା।
ଏହା ପୂର୍ବ ରୁ ସେ ଦେବକୀ ର ଛଅ ସନ୍ତାନ କୁ ମାରିଥିଲା ଶିଳା ରେ କଚାଡି।ଅପେକ୍ଷା କରିଛି କେତେ ବେଳେ ହେବ ଅଷ୍ଟମ ସନ୍ତାନ।
ପଥ ମଧ୍ୟ ରେ ଜଗୁଆଳି କରିଛି ଉଗ୍ରେସେନ ଙ୍କୁ।
ଭାଗବତ ରେ ଲେଖା ଅଛି,
ଆନନ୍ଦେ ନାଚୁଅଛି ମହି ,
କୃଷ୍ଣ ଜନ୍ମିବେ ଦେହ ବହି।
ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା ମହାପ୍ରଭୁ ଶ୍ରୀ କୃଷ୍ଣ ପ୍ରକଟିତ ହେଲେ।
ପ୍ରଭୁଙ୍କୁ ସ୍ଵର୍ସ କରିବା ମାତ୍ରକେ ବାସୁଦେବ ଙ୍କ ସିଙ୍କୁଲି ଖୋଲିଗଲା।
ସାତ କବାଟ ଖୋଲିଗଲା।
ସେପଟେ ସୈନିକ ମାନେ ଓ କଂସ ମୋହ ନିଦ୍ରା ରେ ଶୋଇ ଗଲେ।
ଏହାର ତତ୍ତିକ ଅର୍ଥ ହେଲା ,ଯେତେ ବେଳେ ଜୀବ ଭଗବାନ ଙ୍କୁ ଧରେ ସେ ବନ୍ଧନ ମୁକ୍ତ ହୁଏ।
ଯେତେବେଳେ ଜୀବ ମାୟା କୁ ଧରେ ସେ ମୋହ ନିଦ୍ରା ରେ ସୋଇ ଅଚେତ ହୋଇ ଯାଏ।
ତେବେ ବସୁଦେବ ପ୍ରଭୁ ଙ୍କୁ ଧରି ଯିବା ମାର୍ଗ ରେ ଉଗ୍ରସେନ ବାଟ ଛାଡିଲା ନାହିଁ।
ଭାଗବତ ରେ ଲେଖା ଅଛି,
ଆମ୍ଭେ ଯେ ପ୍ରଭୁ ଭଗବାନ ,
ତୁ କି ନ ଜାଣୁ ଉଗ୍ରସେନ।
ଉଗ୍ରସେନଙ୍କୁ ପ୍ରଭୁ ଦର୍ଶନ ଦେଇ ଆଗକୁ ଗଲେ।
ପ୍ରଭୁଙ୍କ ପାଇଁ ଯମୁନା ଉଛୁଳିଲା।
ପ୍ରଭୁଙ୍କ ପାଦ ସେ ଧୋଇ ବାକୁ ଇଚ୍ଛା କରିଥିଲା।
ପ୍ରଭୁ ଶ୍ରୀ ପ୍ରୟର ଦେଖାଇ ଦେଲେ।
ଯମୁନା ପାଦ ପଦ୍ମ ଧୋଇ ବାଟ ଛାଡିଲା।
ବାସୁଦେବ ନନ୍ଦ ଘର କୁ ଯାଇ କୃଷ୍ଣ ଙ୍କୁ ଯୋସୋଦା କୋଳରେ ଶୁଆଇ
ଦେଲେ ଓ ଯୋଗ ମାୟା ଙ୍କୁ ଆଣିଲେ।
ଯୋଗମାୟା ଙ୍କୁ ଯେତେ ବେଳେ କଂସ ଶିଳା ରେ କଚାଡ଼ିଲେ, ଯୋଗ ମାୟା ହସି ହସି କହିଲେ ଆରେ ମୂର୍ଖ କଂସ ତୁ ମତେ କଣ ମାରିବୁ ତତୋ
ମାରିବାକୁ ପ୍ରଭୁ ଙ୍କର ଅବତାର ହୋଇ ସାରିଛି।ତୁ ଦେବକୀ କୁ ଆଉ କଷ୍ଟ ଦେ ନାହିଁ।
ତେବେ ଏହି ପରି ପ୍ରଭୁ ଙ୍କର ଧରାବତରଣ ଆଜିର ଦିନ ରେ ହୋଇ ଥିଲା।
କୃଷ୍ଣ ମାନେ ଯିଏ ସଭିଙ୍କୁ ଆକର୍ସଣ କରନ୍ତି।
କୃଷ୍ଣ ଙ୍କୁ ସେହି ବ୍ୟକ୍ତି ପାଇବ ଯିଏ ଅଂହକାର ଶୂନ୍ୟ ହୋଇ ଯିବ।