ତେନ୍ତୁଳିଖୁଣ୍ଟି – 28/08/22 -ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ ଅଞ୍ଚଳଗୁମା ସରସ୍ବତୀ ଶିଶୁମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଆଜି ୧୮.୦୮.୨୦୨୨ ରିଖ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସମ୍ପାଦକ ଶ୍ରୀ ଭୁବନେଶ୍ୱର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ମାନଙ୍କୁ ଶ୍ରୀକୃଷ୍ଣ ଜନ୍ମ ବିଷୟରେ ବିସ୍ତୃତ ପ୍ରବଚନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ବିଷୟରେ ଆଲୋକପାତ କରିଥିଲେ । ଏହି ଉତ୍ସବ ଅବସରରେ ବିଦ୍ୟାଳୟ ର ୧୪୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରାଧା, କୃଷ୍ଣ ଓ ସୁଦାମା ବେଶ ରେ ସଜ୍ଜିତ ହୋଇଥିଲେ। ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ନଗର ପରିକ୍ରମା କରି ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ ଓ ସେଠାରେ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଆଚାର୍ଯ୍ୟ ଚନ୍ଦ୍ରଭାନୁ ଗୌଡ଼ ପରିଚାଳନା କରିଥିବାବେଳେ ଗୁରୁଜୀ ମହେଶ୍ୱର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଗୁରୁମା ଭାରତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀରଙ୍ଗା ଚରଣ ବିଷୋୟୀ, ବନମାଳୀ ହରିଜନ,ମକୁନ୍ଦ ଜାନୀ,ଜିତେନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ବିଷୋୟୀ, ଦିନମଣି ହରିଜନ,ପାଉଡରି ବେହେରା , ମେନକା ମାଝୀ ଓ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଏବଂ ଅଭିଭାବକ ଅଭିଭାବିକା ପ୍ରମୁଖ ସହଯୋଗ କରିଥିଲେ ।
ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି