ଫୁଲବାଣୀ -: ଫୁଲବାଣୀ ପୋୖର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳନ ହୋଇଯାଇଛି। ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଫୁଲବାଣୀ ପୋୖର ପରିଷଦ ପକ୍ଷରୁ ଦ୍ବି ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫୁଲବାଣୀ ସଦର ମହକୁମା ସ୍ଥିତ କରେନେସନ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହା ମଧ୍ୟରେ ଫୁଲବାଣୀ ପୋୖର ପରିଷଦ ପକ୍ଷରୁ ବୁଧବାର ଦିନ ୩ ଘଣ୍ଟିକା ସମୟରେ ଫୁଲବାଣୀ ପ୍ରେସକ୍ଲବ ଓ ଫୁଲବାଣୀ ମ୍ୟୁନିସିପାଲିଟି ପରିବାର ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସର ମୁଖ୍ୟ ଅତିଥି ଭାବେ ଡୁଡା ଅଧିକାରୀ ତଥା କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଞ୍ଜନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ,ଉପାଧ୍ୟକ୍ଷା ପାୟେଲ ବେହେରା ଏବଂ ପୋୖର ପରିଷଦ ସମସ୍ତ ୱାର୍ଡ କାଉନସିଲର ଯୋଗ ଦେଇଥିଲେ। ଉଭୟ ଦଳ ପକ୍ଷରୁ ଚିତାକର୍ଷକ ସଂଘର୍ଷ ପୁର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା। ମ୍ୟୁନିସିପାଲିଟି ପରିବାର ଦଳ ଏବଂ ଫୁଲବାଣୀ ପ୍ରେସକ୍ଳବ ଦଳ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଖେଳ ଶେଷ ସମୟ ପର୍ଯ୍ୟନ୍ତ ଅମୀମାଂସିତ ରହିଥିଲା।ପରବର୍ତ୍ତୀ ସମୟରେ ଜୁରୀ କମିଟିର ନିଷ୍ପତ୍ତି ଅନୁସାରେ ଟସ ପକାଯାଇଥିଲା। ଟସ ପକାଇବା ଫଳରେ ପୋୖର ପରିଷଦ ଦଳ ବିଜୟ ହୋଇଥିବା ବେଳେ ପ୍ରେସକ୍ଲବ ସାମ୍ବାଦିକ ଦଳ ଉପ ବିଜେତା ରନର୍ସ ହୋଇଥିଲେ। ମ୍ୟୁନିସିପାଲିଟି ବିଜୟ ଦଳକୁ ଏବଂ ରନର୍ସ ପ୍ରେସକ୍ଲବ ଦଳକୁ ପୋୖର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଟ୍ରଫି ପ୍ରଦାନ କରି ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ଭାଇଚାରା ସୃଷ୍ଟି କରିବ ବୋଲି କହିଥିବାବେଳେ ମୁଖ୍ୟ ଅତିଥି ବିଶ୍ଵ ରଞ୍ଜନ ନାୟକ ଉକ୍ତ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ମ୍ୟୁନିସିପାଲିଟି ପରିବାର ଦଳ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ସୁ ସମ୍ପର୍କ ବୃଦ୍ଧି ହେବା ସହ ଭାଇଚାରା ସୃଷ୍ଟି କରିବ ବୋଲି କହି ଉଭୟ ଦଳକୁ ଉତ୍ସାହିତ କରିଥିଲେ। ପୋୖର ପରିଷଦ ଦଳର କ୍ୟାପଟେନ ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଥିବା ବେଳେ ଫୁଲବାଣୀ ପ୍ରେସକ୍ଲବ ସାମ୍ବାଦିକ ଦଳ ର କ୍ୟାପଟେନ ପ୍ରେସକ୍ଲବ ସଭାପତି ସୁନିଲ ପଟ୍ଟନାୟକ ଥିଲେ। ଉଭୟ ଦଳ ମଧ୍ୟରେ ଚିତାକର୍ଷକ ଖେଳ ପ୍ରଦର୍ଶିତ ହୋଇଥିଲା। ପୋୖର ପରିଷଦ ପରିବାର ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ହୋଇଥିବା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ଦେଖିବା ପାଇଁ ପଡ଼ିଆର ଚତୁର୍ପାର୍ଶରେ ଦର୍ଶକଙ୍କ ର ପ୍ରବଳ ଭିଡ ଜମି ଥିବା ଦେଖିବାକୁ ମିଳିଥିଲା।
ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ