ଶ୍ରୀ ରତିକାନ୍ତ ବେହେରା(ପ୍ର.ଶି.)
ନାମଟି ରଞ୍ଜନ..ପଢେ ଭଲ ପାଠ
ବୁଲିବାରେ ନାହିଁ ମନ l
ସାଙ୍ଗସାଥି ତାଙ୍କୁ..ରାଗନ୍ତି ବହୁତ
ପଢେ ବୋଲି ରାତିଦିନ l 1
ସବୁସାଙ୍ଗ ତାର..ବୁଲନ୍ତି ସର୍ବଦା
କେବେ ପଢ଼ନ୍ତିନି ପାଠ l
ବହୁତ ରାଗନ୍ତି..ସଭିଏଁ କହନ୍ତି
ଏ ଦଳଟା ଭାରି ଦୁଷ୍ଟ l 2
ରାତିଦିନ ଚାଲେ..ଫ୍ରିଫାୟାର ଖେଳ
ସେ ଖେଳ ହେଲାଣି ନିଶା l
ସେ ନିଶାରୁ ମୁକ୍ତି..ମିଳିବ କି ନାହିଁ
ପାଉନି ଜମା ଭରଷା l 3
ମନା କରି କରି..ବିରକ୍ତ ହେଲେଣି
ମାନୁ ନାହିଁ ପିଲା ଜମା l
ଏମିତିକା ନିଶା..ବୁଝାଇ ହେବନି
ଆସିଲେ ବି ସ୍ୱୟଂବ୍ରହ୍ମା l 4
ରଞ୍ଜନଟା ଏବେ..ନିଟ୍ ପାଇଗଲା
ପଢୁଛି ଡାକ୍ତରୀ ପାଠ l
ଫ୍ରିଫାୟାର ଵାଲା..ପାଠ ଘର ଶୂନ
ପୁରା ହୋଇଗଲେ ନଷ୍ଟ l 5
ଗ୍ରା/ପୋ:କୋଚିଳାଖୁଣ୍ଟା
ଭାୟା:ବେତନଟୀ 757025
ଜିଲ୍ଲା:ମୟୁରଭଞ୍ଜ,ଓଡିଶା