ଉତ୍କେଲା,,୦୭/୦୯, କେସିଙ୍ଗା ଠାରେ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ନେଇ କୋଶଳ ରାଜ୍ୟ ସଭାପତି ସାଗର ଚରଣ ଦାଶ ଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶା ର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ କୋଶଳ ମୋର୍ଚା ସଦସ୍ୟ ମାନଙ୍କ ଦ୍ବାରା ଶାନ୍ତିଶୃଙ୍ଖଳାରେ ବନ୍ଧ ପାଳନ କରାଯାଇଛି। ଏହାର ପ୍ରଭାବରେ କେସିଙ୍ଗା ର ସମସ୍ତ ସରକାରୀ,ବେସରକାରୀ ଅଫିସ୍ ପତ୍ର ଦୋକାନ ବଜାର ବନ୍ଧ ହେବା ସହ ଅଖ ଚକ ଚାରିଚକିଆ ଯାନ ଚଳାଚଳ ପୁରାପୁରି ଠପ୍ ହୋଇ ଯାଇଥିଲା। କେସିଙ୍ଗା ର ଆନ୍ଧୋଳନକାରୀ ମାନେ ସହର ଭିତରେ ଥିବା ବସ ଷ୍ଟାଣ୍ଡ ନିକଟରେ ଏନ୍ଏଚ୍ ୨୬ କୁ ଅବରୋଧ କରିଥିଲେ। ବନ୍ଧ ପାଳନ କୁ ସମର୍ଥନ ଜଣାଇ ପୁର୍ବତନ ନଗରପାଳ ରାମ କୁମାର ଜୈନ,ପ୍ରଶାନ୍ତ ବାନାର୍ଜି, ମୋତି କୈବର୍ତ,କାଉନସିଲର ରୋହିତ ଜୈନ,କଂଗ୍ରେସ ନେତା ନରସିଂହ ନିଆଲ,ରାମଜିତ ଖଣ୍ଡିଆ,ନେହେରୁ ସୁନାନୀ,ବରୁଣ ସାହୁ,ବିଶାଳ ତାଣ୍ଡି, ଟିକେମନ ଦୀପ,ତ୍ରିନାଥ ନାଏକ, ପ୍ରମୁଖ ସାମିଲ ହୋଇ ପୁର୍ଣ ସମର୍ଥନ ଜଣାଇଥିଲେ। କେସିଙ୍ଗା ଆଇ ଆଇ ସି ସତ୍ୟ କୁମାର ନନ୍ଧ ଙ୍କ ନେତୃତ୍ୱରେ କେସିଙ୍ଗା ସହରର ପ୍ରତେକ ଛକ ମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ମାନଙ୍କୁ ମୁତୟନ କରିଥିଲେ।
ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ