ଫୁଲବାଣୀ -: ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ କୁ ନେଇ ସ୍ତ୍ରୀ ସିନ୍ଥି ରେ ଲଗାଉ ଥିବା ସିନ୍ଦୁର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଅଞ୍ଚଳରେ ଚହଳ ଖେଳି ଯାଇଛି। ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବେନାରବାଲ ଗ୍ରାମର ସାହିଲ ହାଁସଦା ଓ ତାଙ୍କ ପତ୍ନୀ ମଧ୍ୟରେ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା। ସ୍ତ୍ରୀ ରାଗି ଯାଇ ନିଜର ସିନ୍ଥି ରେ ଲଗାଉ ଥିବା ସିନ୍ଦୁର ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ସ୍ତ୍ରୀ ର ଆତ୍ମହତ୍ୟା ଉଦ୍ୟମ କଥା ସ୍ୱାମୀ ଜାଣି ପାରି ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ପ୍ରଥମେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ସେଠାରେ ସ୍ତ୍ରୀ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ