ଖୋଲୁନି ଓ୍ବେବ ସାଇଟ ନା ହେଉଛି ପଞ୍ଜିକରଣ
ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୧-୨-୩-୪ ଅଛି କି । ତୁରନ୍ତ ବଦଳାନ୍ତୁ ନମ୍ବର ପ୍ଲେଟ । ୩୦ ହେଉଛି ଡେଡଲାଇନ । ୩୦ ଭିତରେ ନମ୍ବର ପ୍ଲେଟ ବଦାଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଲଗାଇଲେ ଦେବାକୁ ହେବ ଫାଇନ । ଡେଡ ଲାଇନ ପୁରିବାକୁ ହାତରେ ଆଉ ଅଳ୍ପଦିନ ଥିବା ବେଳେ ଓ୍ବେବସାଇଟ ଯେପରି ଗାଡି ଚାଳକଙ୍କୁ ଧୋକା ଦେଉଛି । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ କେବଳ ଅନଲାଇନରେ ଆବେଦନ କରାଯିବା ବ୍ୟବସ୍ଥା ରହିଛି । ହେଲେ ନା ଖୋଲୁଛି ଓ୍ବେବ ସାଇଟ ନା ହେଉଛି ପଞ୍ଜିକରଣ । ବଡ କଥା ହେଉଛି ଗାଁ ଗହଳିରେ ଗାଡି ବ୍ୟବହାର କରୁଥିବା ଲୋକ ଏଭଳି ନୂଆ ନିୟମ ନେଇ ଏବେ ବି ଅଜ୍ଞ । ଆଉ ଏହାରି ଭିତରେ ହାର୍ଟବିଟ ବଢ଼ାଉଛି ଜୋରିମାନା ଭୟ । କାରଣ ଧାର୍ଯ୍ୟ ତାରିଖ ପରେ ଏହି ନମ୍ବର ବିନା ଗାଡି ଚାଲିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ ।
ମେ ୨୬ରୁ ରାଜ୍ୟରେ ଏଚଏସଆରପି ନିୟମ ଅଣାଯାଇଥିବା ବେଳ ଜୁନ ୧ ରୁ ପ୍ରକ୍ରିୟା ଆରମ୍ଭ କରିଥିଲା ପରିବହନ ବିଭାଗ । ଏଥିପାଇଁ ନମ୍ବର ପ୍ଲେଟ ର ଶେଷ ଅଙ୍କ ୧ ଓ ୨ ଥିଲେ ଅଗଷ୍ଟ ୩୧ ତାରିଖ , ୩ ଓ ୪ ଥିଲେ ସେପ୍ଟେମ୍ବର ୩୦ ତାରିଖ ୫ ଓ ୬ ଥିଲେ ଅକ୍ଟୋବର ୩୧ ତାରିଖ ୭ ଓ ୮ ଥିଲେ ନଭେମ୍ବର ୩୦ ତାରିଖ ଓ ୯ ଏବଂ ୦ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ରାଜ୍ୟରେ ହୋଇଥିବା ବନ୍ୟା ଯୋଗୁଁ ୧ ଓ ୨ ଶେଷ ଅଙ୍କ ଥିବା ନମ୍ବର ପ୍ଲେଟ ବଦଳାଇବାରେ ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତୁ ଘୁଞ୍ଚାଯାଇଥିଲା । ହେଲେ ଏବେ ବି ଲକ୍ଷ ଲକ୍ଷ ଲୋକ ହାଇସିକ୍ୟୁରୁଟି ନମ୍ବର ପ୍ଲେଟ ଲଗାଇନଥିବା ବେଳେ ପୁଣି ଥରେ ସମୟ ଅବଧୀ ବଢ଼ିବ ନା ନାହିଁ ଆଶଙ୍କା ଦେଖାଦେଇଛି ।ନମ୍ବର ପ୍ଲେଟ ଶେଷ ଅଙ୍କ ୧ ଓ ୨ ଥିବା ପ୍ରାୟ ୧୦ ଲକ୍ଷ ରୁ ଅଧିକ ଗାଡି ରହିଛି । ସବୁ ଗାଡିର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ଆହୁରି କିଛି ଦିନ ସମୟ ଲାଗିବ । ଲୋକଙ୍କ ସମସ୍ୟାକୁ ଦେଖି ସମୟ ଅବଧୀ ନ ବଢ଼ିଲେ ଆଗକୁ ଗାଡି ଚେକିଂ ବେଳେ ଗାଡି ଚାଳକ ଓ ପରିବହନ ବିଭାଗ ଅଧିକାରୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଉପୁଜି ପାରେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….