Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ରଖିବୁ ପଣତ ତଳେ by Sunil Chandra NayakOctober 4, 2022061 Share0 ରଖିବୁ ପଣତ ତଳେ ସୁରେନ୍ଦ୍ର କୁମାର ବେହେରା କଲ୍ୟାଣ ମୟୀମା କଲ୍ୟାଣ କରିବୁ ଲୁଚାଇ ପଣତ ତଳେ ସନ୍ତାନ ବତ୍ସଳା ମମତାମୟୀମା ଗୁହାରିତୋ ପାଦତଳେ । 1। ମାଆ ବୋଲି ତୋତେ ପିଲାଟି ଦିନରୁ ତୋର ପୂଜା କରୁଥାଇ ଦୁଷ୍ଟ ନାଶି ସଦା ସନ୍ଥଙ୍କୁ ପାଳୁଛୁ ଆଦ୍ୟାଶକ୍ତି ମହାମାୟୀ ।2। ଏହି ଦୁନିଆଁରେ ଦୁଷ୍ଟଙ୍କ ଦୌରାତ୍ମ୍ୟ ଦିନୁଦିନ ବଢୁଥାଏ ତୋବିନା ସଂସାରେ ଦୁଷ୍ଟ ନାଶିବାକୁ ଅଛି ଅବା ଆଉ କିଏ ?।3। ପାପଭାର ଏଠି ବଢ଼ିବଢି ଚାଲେ ସବୁମା ପାରୁଛ ଦେଖି ଅଵତରୀ ଆସ ପାପିଙ୍କୁ ବିନାଶ ଆମ ପ୍ରତି ଦୟା ରଖି ।4। ମାତା କାତ୍ୟାୟିନୀ ଅଭୟ ଦାୟିନୀ କାଶତଣ୍ଡୀ ଶୁଭ୍ରବେଶ ଆବାହନ କରେ ନଦୀ ପଠା ପରେ ଆସଦେବୀ ମାତା ଆସ ।5। ପୂଜା ମଣ୍ଡପରେ କେତେ ସାଜସଜ୍ଜା ଆସମା, କରୁଣାମୟୀ ପୂଜା ଅର୍ଘ୍ୟଥାଳି ଭକତି ନୈବେଦ୍ୟ ଧରିମା,ରହିଛୁ ଚାହିଁ ।6। ପାର୍ବଣର ଦେବୀ ସର୍ଵସଂହା ମାତା ମର୍ତ୍ତ୍ୟକୁ ଓହ୍ଲେଇ ଆସ ସୁଖ ଶାନ୍ତି ଭରି ଦେଵମା ମରତେ ସବୁରି ଓଠରେ ହସ ।7। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର