ଧର୍ମଗଡ଼-( ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)
ଧର୍ମଗଡ ଠାରେ ୭୩ତମ ଉପଖଣ୍ଡ ସ୍ଥରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଭର୍ଚୁଆଲ ମୋଡ ରେ ଅନୁଷ୍ଠିତ ହୋଇଛି । ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ ଚୋପଦାର, ଆଇ ଆଇ ସି ଦୀପାଞ୍ଜଲି ପ୍ରଧାନ, ବିଡ଼ିଓ ଶରତ ସେଠୀ, ଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ନିରାଡମ୍ବର ଭାବରେ ଜାତୀୟ ଦିବସ ପାଳନ କରାଯିବ । କେବଳ ଜାତୀୟ ପତାକା ଉତ୍ତୋଳନ ରେ ଉତ୍ସବ କୁ ସୀମିତ ରଖାଯିବା ପାଇ ନିଷ୍ପତ୍ତି ନିଆ ଯାଇଛି । ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସବୁ କୋଭିଡ କଟକଣା ମଧ୍ୟ ରେ ଆୟୋଜନ କରାଯିବ । ପୂର୍ତ୍ତ ବିଭାଗ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ କରିବ । ହାତ ଗଣତି ଅତିଥି ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ ହେବ । ସ୍କୁଲ ଛାତ୍ରଛାତ୍ରୀ ଙ୍କ ପ୍ୟାରେଡ କୁ ବାରଣ କରାଯାଇଛି । ବୈଠକ କୁ ସହ ଜିଲ୍ଲାପାଳ ଚିନ୍ମୟ ନାୟକ ପରିଚାଳନା କରି ଥିବା ବେଳେ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ୱାଦିକ ବିରଞ୍ଚି ଜାଲ,ବୈଦ୍ୟନାଥ ବେହେରା, ଅଂଶୁମାନ ପାତ୍ର, ବିଇଓ ନବ ସାହୁ, ମାଧବ ଲହଜଲ, ସୁଜିତ ପଟ୍ଟନାୟକ, ଅଗ୍ନିସମ ଅଧିକାରୀ ରାଧୁ ଚରଣ ମଲ୍ଲିକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଭୁବନେଶ୍ୱର ଶବର, ସୋମେଶ୍ୱର ନାଏକ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ ।