ସର୍ବେ ହୋଇବେ ଏକାକାର
ପ୍ରବୃତ୍ତି ପଥରେ ଚାଲିଛି ମାନବ
ନିବୃତ୍ତି ପଥକୁ ହୁଡ଼ି
ବିବେକର ବାଣୀ ଭୁଲି ସେ ଯାଉଛି
ମନସାଥେ ହୋଇ ଯୋଡି ॥୧॥
ଭୌତିକ ଲାଳସା କ୍ଷମତାରେ ଅନ୍ଧ
ଅକରମେ ଯାଏ ମାଡି
ଗୁରୁ ପିତ ମାତା ସାଧୁସନ୍ଥ ପ୍ରୀତି
ହୃଦରୁ ଦେଲାଣି ତଡ଼ି ॥୨॥
ପ୍ରକୃତିକୁ ନିଜ ପାଦେ ଦଳି ଦେଇ
ବାହାସ୍ଫୋଟ ମାରେ ନିତି
ଗର୍ବ ଅହଙ୍କାରେ ସତ୍ୟ ଧର୍ମ ଭୁଲି
ଆଚରେ ସବୁ ଅନୀତି ॥୩॥
କରମର ଫଳ ଭୋଗିଥାଏ ନର
ଏକଥା ଶାସ୍ତ୍ରେ ରହିଛି
ମାନବ ପ୍ରକୃତି ଦାନବୀୟ ଯୋଗୁଁ
ପ୍ରକୃତି ରୋଷ କରୁଛି ॥୪॥
ସତ୍ୟେ ଦେଇଥିଲେ ବେଦଜ୍ଞାନ ନରେ
ରାମାୟଣ ତ୍ରେତୟାରେ
ନିଜମୁଖେ ଜ୍ଞାନ ଦ୍ଵାପରେ ଶ୍ରୀକୃଷ୍ଣ
ଦେଲେ ମହାଭାରତରେ ॥ ୫॥
କଳିରେ ମାନବ ସେ ସବୁ ନମାନି
ଅଜ୍ଞାନେ ବିଜ୍ଞାନୀ ହୋଇ
ଚେତନା ହରାଇ ବିପଥେ ଚଲିଛି
ଆସୁରିକ ବୁଦ୍ଧି ନେଇ ॥୬॥
ଜାତି ଧର୍ମ ବର୍ଣ୍ଣ ସବୁ ଭୁଲି ଏଠି
ମାତେ ଅପକରମରେ
କଳଯୁଗ ନର ଅତି ଭୟଙ୍କର
ସବୁ ସୀମା ଟପିବାରେ ॥୭॥
ନିଶା ପଶା ଦାରୀ ନର ପଶୁ ହତ୍ୟା
ଅନ୍ୟାୟ ଅନୀତି ବରି
ମାନବିକତାକୁ ହରାଇ ବସିଛି
ହରିଙ୍କୁ ଭଗାରି କରି ॥୮॥
ପ୍ରକୃତି ଅଶାନ୍ତି ବନ୍ୟା ବାତ୍ୟା ସ୍ଥିତି
ଅଜଣା ରୋଗ ମାଡ଼ୁଛି
ଭୂମିକମ୍ପ ସାଥେ ଦଇବ ଚଡ଼କ
ଏହି ବିଶ୍ଵକୁ ନାଶୁଛି ॥ ୯॥
ସରବେ ହୋଇବେ ଏକାକାର ଏଠି
ନଥିବ ବେଦ ବିଚାର
ଭବିଷ୍ୟ ସୂଚନା ଦେଇଛନ୍ତି ସବୁ
ମାଳିକାରେ ଦେଇ ଠାର ॥୧୦॥
ହୋଇବେ ଅତିଷ୍ଟ ହେ।ଇ ଏକମୂଖ
ଡାକବେ ରଖ ଶ୍ରୀହରି
ବାଛି ନେବ କଞ୍ଚା ରଖିବ ପାଚିଲା
କୁଳକୁ ବିହନ କରି ॥୧୧॥
ବେଳ ଥାଉବନ୍ଧ ବାନ୍ଧରେ ମାନବ
ମୁକତି ପଥ ପାଇବୁ
ଉତ୍ତମ ପଥରେ ଚାଲି ନ ଶିଖିଲେ
ଧ୍ଵଂସ ପଥେ ଯାତ୍ରୀ ହେବୁ ॥୧୨॥
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା