ନୂଆପଡା,/ ନୂଆପଡା ଜିଲ୍ଲା ଖଡ଼ିଆଳ ଦୁରିଆ ପଡାଠାରେ ମୁକ, ମାନସିକ ବିକଲାଙ୍ଗ ନାବାଳକଙ୍କୁ ଜଣେ ବୃଦ୍ଧ ଅନୈତିକ କାର୍ଯ୍ୟ ନେଇ ବୃଦ୍ଧ ଙ୍କୁ କୋର୍ଟ ଚାଲାଣ । ପୁଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ଦିନ ମଧ୍ୟାଣ୍ଣ ଦୁଇ ଘଣ୍ଟା ସମୟରେ ମୁକ, ମାନସିକ, ବିକଳାଙ୍ଗ ନାବାଳକ (୧୦ ବର୍ଷ) ବହୁ ସମୟ ଧରି ଘରକୁ ନଫେରିବାରୁ ନାବାଳକର ମା ଓ ଭଉଣୀ ଖୋଜା ଖୋଜି କରିଥିଲେ । ଖୋଜିବା ସମୟରେ ଖଡ଼ିଆଳ ଦୁରିଆ ପଡାର ସୁଶୀଲ କୁମାର (୬୦) ଙ୍କ ଘରେ ନାବାଳକ ପୁଅ ଉଲଗ୍ନ ଥିବାବେଳେ ସୁଶୀଲ କୁମାର ମଧ୍ୟ ଉଲଗ୍ନ ହୋଇଥିବା ଦେଖିବାକୁ ପାଇଥିଲେ । ମାଙ୍କ ଅଭିଯୋଗକୁ ଭିତି କରି ପୋସ୍କୋ ଆଇନ ଅନୁଯାୟୀ ୫୨୧/୨୨ ଏକ ମାମଲା ରୁଜୁ କରି ବୃଦ୍ଧ ଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ଦେବେନ୍ଦ୍ର ବିନ୍ଧାଣି ଥିବା ବେଳେ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ