ତାଳଚେର :ତା 17/12:ପଣ୍ଡିତ ରଘୁନାଥ ମୁର୍ମୁ ଚ୍ୟାଲେଞ୍ଜ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି |ଏଫ ସି ଆଇ ରଘୁନାଥ ସ୍ପଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ 11ତମ ରାଜ୍ୟସ୍ତରୀୟ ଏହି ଫୁଟବଲ ଟୁର୍ନାମେଣ୍ଟ ଏଫ ସି ଆଇ ବକ୍ସି ଜଗବନ୍ଧୁ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟର ବିଭିନ୍ନ ସ୍ଥାନରୁ ଆଠ ଟି ଫୁଟବଲ ଟିମ ଓ ଆଇ ଏସ ଏଫ, ଓଡିଶା, ଚାନ୍ଦ କ୍ଲବ (ଅନୁଗୁଳ ପୋଲିସ )ଅନୁଗୁଳ, ସି ଏସ ଜେଡ ଏମ, ନାଲକୋ, ଏଫ ସି, ତାଳଚେର, ଏଫ ସି ଆଇ, ସରାଙ୍ଗ, ଏଫ ସି ତଳମୂଳ, ଏଫ ସି, ବ୍ରଜନାଥ ପୁର ଏହି ଟୁର୍ନାମେଣ୍ଟ ରେ ଭାଗ ନେଇଛନ୍ତି |ଏହି ଟୁର୍ନାମେଣ୍ଟ କୁ ୱାହାନ କମ୍ପାନୀ ର ପ୍ରୋଜେକ୍ଟ ମ୍ୟାନେଜର ବିବେକ ଗୁପ୍ତା, ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ତାଳଚେର ଫୁଟବଲ ଆସୋସିଏସନ ର ସଭାପତି ପର୍ଶୁରାମ ବାରିକ, ପ୍ରାକ୍ତନ ସମିତି ସଦସ୍ୟା ବୀଣାପାଣି ନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ | ସାରା ବିଶ୍ୱରେ ଫୁଟବଲ ଫିଭର ଚାଲିଥିଲା ବେଳେ ଏହି ଫୁଟବଲ ଟୁର୍ନାମେଣ୍ଟ ବହୁ ଗୁରୁତ୍ୱ ବହନ କରୁଛି ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଆୟୋଜକ ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ |ଉଦ୍ଘାଟନୀ ମ୍ୟାଚ ରେ ଓ ଆଇ ଏସ ଏଫ ସହ ଚାନ୍ଦ କ୍ଲବ ଅନୁଗୁଳ ମଧ୍ୟରେ ମୁକାବିଲା ହୋଇଥିଲା |ଏଥିରେ ଓ ଆଇ ଏସ ଏଫ 3-0ରେ ବିଜୟୀ ହୋଇଥିଲା |ଏହି ଟୁର୍ନାମେଣ୍ଟ ଦୁଇଦିନ ଧରି ଚାଲିବ |ରଘୁନାଥ ସ୍ପଟିଙ୍ଗ କ୍ଲବ ର ସଭାପତି ରଂଜିତ ହେମ୍ବ୍ରମ, ଅର୍ଜୁନ କିସ୍କୁ, ସମ୍ପାଦକ ଅର୍ଜୁନ ମାରାଣ୍ଡି, ଅଜିତ କୁମାର ଦାସ, କୁନା ବେହେରା, ଶ୍ୟାମ ମୂର୍ମୁ ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ |