ଜୁନାଗଡ଼୧୯/୧୨(ମ ନି ସ) -ଭାରତୀୟ ଜାତୀୟ ଯୁବ କଂଗ୍ରେସ କଳାହାଣ୍ଡି ଜିଲ୍ଲା ତରଫରୁ ଏ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉଦ୍ୟେଶ ରେ ୯ଦଫା ଦାବିପତ୍ର ଜୁନାଗଡ଼ ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା l ଯୁବ କଂଗ୍ରେସ ଦଳର ଜିଲ୍ଲା ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ ଏକତ୍ରିତ ହୋଇ ସ୍ଥାନୀୟ ଏନ ଏ ସି କଲ୍ୟାଣ ମଣ୍ଡପ ରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯlଳୟ ଠାରେ ପହଞ୍ଚି ଥିଲେ l ସେଠାରେ ଏକ ୯ସଫା ଦାବିପତ୍ର ଜିଲାପାଳ ଙ୍କ ଉଦ୍ୟେଶ ରେ ଜୁନାଗଡ଼ ବିଡିଓ ଦୁଲlରାମ ମାରାଣ୍ଡି ଙ୍କୁ ପ୍ରଦାନ କରିଥିଲେ l ଏହି ଦାବୀ ଗୁଡ଼ିକ ମଧ୍ୟରେ ଧାନ ମଣ୍ଡି ରେ କଟନୀ ଛଟନୀ ବନ୍ଦ କରାଯିବା, ତୁରନ୍ତ କେନାଲ ମରାମତି କରି ଚାଷୀ ଙ୍କୁ ପାଣି ଯୋଗେଇବା, ବ୍ଲକ ରେ ନିମ୍ନ ମାନର କାମ ଏବଂ ପିସି କାରବାର ବନ୍ଦ କରିବା, ଚାଷୀ ଙ୍କୁ ଅଗ୍ରୀମ ବସ୍ତା ଯୋଗାଣ,୨୦୨୧ରେ ମରୁଡି କ୍ଷତିଗ୍ରସ୍ତ ଚାଷୀ ଙ୍କୁ ତୁରନ୍ତ ସହାୟତା ପ୍ରଦାନ ଓ ପେକେଜ ଘୋଷଣା, ବ୍ଲକ ର ଉନ୍ନୟନ କାମ କୁ ଟେଣ୍ଡର ମାଧ୍ୟମରେ କରିବା, କ୍ଷତିଗ୍ରସ୍ତ ମୁଗ ଚାଷୀ ଙ୍କୁ ବୀମା ରାଶି ପ୍ରଦାନ ପ୍ରଭୃତି ଉଲ୍ଲେଖ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜାତୀୟ ଯୁବ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ମିଳିନ୍ଦ ଗୌତମ, କଳାହାଣ୍ଡି ଜିଲ୍ଲା ଭାରପ୍ରାପ୍ତ ସଦସ୍ୟ ବିଶ୍ଵଜିତ ଲେଙ୍କା, ନବରଙ୍ଗପୁର ଜିଲ୍ଲା ସଭାପତି ଦ୍ଵାରିକା ମହାପାତ୍ର, ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ଜିଲ୍ଲା ଉପ ସଭାପତି ମହମ୍ମଦ ସାହେବ, ବରିଷ୍ଠ କର୍ମକର୍ତ୍ତା ପ୍ରଭାତ ଦାସ,ନଗର ସଭାପତି ଅମିତ ଅଗ୍ରୱାଲ, ଡାକେ ଲହାଜଲ, କୁମୁଦ ଗହୀର, ଅନିଲ ମଳିକ ପ୍ରମୁଖ ଙ୍କ ସମେତ ଶତାଧିକ ଯୁବ କଂଗ୍ରେସ ଉପସ୍ଥିତ ରହିଥିଲେ।