ନୂଆପଡା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ ହେଉଥିବା ସହିତ ନିର୍ବାଚନ ଆଚରଣ ବିଧି ଉଲଂଘନ ବୋଲି ଗ୍ରାମବାସୀ ବିଡ଼ିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଲାଞ୍ଜି ଗ୍ରାମର ବଡ ଆଡ କଟା ଓ ସାନ ଆଡ କଟା ପୋଖରୀରେ ପାହାଚ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ହେଲେ କାର୍ଯ୍ୟ କରିବା ଆଗରୁ ସୂଚନା ଫଳକ ତିଆରି କରିବାର ନିୟମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଲାଗି ନାହିଁ। ଏପରିକି ନିମ୍ନ ମାନର କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ ହୋଇଛି। ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗି ରହିଥିବା ବେଳେ କାହିଁକି ତରବରିଆ ଭାବେ କାର୍ଯ୍ୟ କରାଯାଉଛି ସେ ନେଇ ମଙ୍ଗଳବାର ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁଙ୍କୁ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଖଡ଼ିଆଳ ବି ଡି ଓ ଙ୍କୁ ପଚାରିବାରୁ ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପାଇଛି ଏବଂ କାର୍ଯ୍ୟ ବନ୍ଦ୍ କରାଯିବ ଏହି କାର୍ଯ୍ୟ ପୂର୍ବରୁ ପ୍ରସ୍ତାବିତ କାର୍ଯ୍ୟ । ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ସୂଚନା ଫଳକ ଲାଗିଲା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ଚନ୍ଦ୍ର ଶେଖର ବେହେରା,ଘାସିରାମ ମାଝୀ, ପ୍ରଦୀପ କୁମାର ବେହେରା, ଉମେଶ ଚନ୍ଦ୍ର ମାଝୀ, ତପନ କୁମାର ପୋଡ, ପ୍ରଶାନ୍ତ ଅଦା, ନବୀନ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post