୧୩୧ ବୁଥରେ ମତଦାନ କରିବେ ୪୪୩୦୮ ଭୋଟର
ଥୁଆମୂଳ ରାମପୁର:/କଲମପୁର -: ମ.ନି.ସ:- ଚଳିତବର୍ଷ ତ୍ରିସ୍ତରୀୟ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଭାବରେ ଆରମ୍ଭ ହୋଇଯାଇଛି। ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପଟେଲ ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ କର୍ମଚାରୀ ମାନେ ବାଲଟ ପେପର ଗଣତି ଓ ପ୍ରସ୍ତୁତିରେ ବ୍ଯସ୍ତଥିବା ଦେଖିବାକୁ ମିଳିଥିଲା। ଜିପିଓ କରୁଣାକର ବାଗ ଓ ମୁଖ୍ୟ କିରାଣୀ ଧବଳେଶ୍ବର ବେହେରା ଏହାକୁ ତଦାରଖ କରୁଥିବା ବେଳେ ସମସ୍ତ ବିଭାଗୀୟ କର୍ମଚାରୀ ଉକ୍ତ କାମକୁ ସହଯୋଗ କରିଥିଲେ। କଲମପୁର ବ୍ଳକ ଅଞ୍ଚଳରେ ସମୁଦାୟ ୫୫ ଟି ଗ୍ରାମ ରହିଛି ଏଥିରେ ୧୩୧ ରହିଛି। ଏହି ବୁଥରେ ୪୪୩୦୮ ଜଣ ଭୋଟର ମତଦାନ କରିବା ବିଷୟ ଜଣାପଡିଛି। ଏହି ବ୍ଳକରେ ଥିବା ୧୧ ଗୋଟି ଗ୍ରାମପଞ୍ଚାୟତ ପାଇଁ ୫୨ ଜଣ ସରପଞ୍ଚ, ପ୍ରାର୍ଥୀ ୫୭ ସମିତି ସଭ୍ଯ ପ୍ରାର୍ଥୀ,ଓ ଦୁଇ ଜିଲ୍ଳାପରିଷଦ ଜୋନ ପାଇଁ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୨୦ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ମଇଦାନରେ ରଣନୀତି ପ୍ରସ୍ତୁତ କରିଛନ୍ତି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ