ଛତା ଧରି ବୁଲୁଛନ୍ତି ଗାଁ କୁ ଗାଁ
ଧର୍ମଗଡ-୧୭/୦୨/୨୨- (ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)
ତ୍ରୀସ୍ତରୀୟ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ଜୋର୍ ସୋର୍ ରେ ପ୍ରଚାର ଚଳାଇଛନ୍ତି । ଭୋଟର ଙ୍କ ନିକଟତର ହୋଇ ସେମାନଙ୍କୁ ନିଜ ପକ୍ଷ କୁ ନେବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ଉପାୟ ସବୁ ଅବଲମ୍ବନ କରୁଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତମ୍ବାଛଡ଼ା ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଜଣେ ପ୍ରାର୍ଥୀ ଙ୍କ ପ୍ରଚାର କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଛି ।
ନିଆରା ଢଙ୍ଗରେ ପ୍ରଚାର କରୁଥିବା ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ଭାଗିରଥୀ ପଟଯୋଷୀ । ଭାଗିରଥୀ ଙ୍କୁ ଚଳିତ ନିର୍ବାଚନ ରେ ଖୋଲାଛତା ଚିହ୍ନ ମିଳିଛି । ଏହି ଚିହ୍ନ ର ସଦ ଉପୋଯୋଗ କରି ସେ ଖୋଲା ଛତା ଧରି ମାଲ ପଡ଼ା, ଖନାତରା, ତେଲି ପଲାସ, ମାଟିଆ ତରଞ୍ଜା ପ୍ରଭୃତି ଗା ରେ ପ୍ରାୟ ୨୦ କିମି ପଦଯାତ୍ରା ରେ ଗାଁ ଗାଁ ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଆଦର୍ଶ ପଞ୍ଚାୟତ ଗଠନ, ଘର କୁ ପାନୀୟ ଜଳ ଯୋଗାଣ, ଉଠା ଜଳସେଚନ, ରାସ୍ତା ପୋଖରୀ ଉନ୍ନତୀ କରଣ, ସ୍ଵାସ୍ଥ୍ୟ ସେବା, ଆଲୋକି କରଣ ଆଦି ବିକାଶ ମୁଳକ କାର୍ଯ୍ୟ ର ପ୍ରତିଶୃତି ଦେଇ ଭୋଟର ଙ୍କୁ ଆକର୍ଷିତ କରୁଛନ୍ତି । କେବଲ ଭାଗିରଥୀ ନୁହନ୍ତି ତାଙ୍କ ସାଙ୍ଗରେ ପ୍ରଚାର କରୁଥିବା ସମର୍ଥକ ମାନେ ମଧ୍ୟ ଗୋଟିଏ ଗୋଟିଏ ଛତା ଧରି ଗାଁ ଗାଁ ବୁଲୁଛନ୍ତି । ଆସନ୍ତା ୨୦ ତାରିଖ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଲୋକେ ତାଙ୍କୁ ବିଜୟୀ କରାଇବେ ବୋଲି ଭାଗିରଥୀ ଆଶା ରଖିଛନ୍ତି । ତେବେ ଏହି ପଞ୍ଚାୟତ ରେ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୪୪୦୬ ଜଣ ଭୋଟର ରହିଛନ୍ତି ।