ଜୁନାଗଡ଼,୧୨/୩ ଦୀର୍ଘ ବର୍ଷରୁ ବିଜେପି କବଜାରେ ଥିବା ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ଆସନର ଦୁର୍ଗ ପତନ ହୋଇଛି, ବିଜୁ ଜନତା ଦଳର ପ୍ରାର୍ଥୀନୀ ସବିତା ମେହେର୍ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହୋଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ।ଏଥି ନେଇ ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି l କଳାହାଣ୍ଡି ଜିଲ୍ଲା ର ଜୁନାଗଡ ପଞ୍ଚାୟତ ସମିତି ୩୪ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏବ୍ଂ ଏହା ଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ବ୍ଲକ ଅଟେ l ଏହି ବ୍ଲକ ଅଧକ୍ଷ ନିର୍ବାଚନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲା l ଜିଲ୍ଲା ର ଏକ ମାତ୍ର ପ୍ରଭାବ ଶାଳୀ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ର୍ଏହା ନିର୍ବାଚିତ ମଣ୍ଡଳୀ ଅନ୍ତର୍ଭୁକ୍ତ l ଅଧ୍ୟକ୍ଷl ଆସନ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଥିଲା l ଏହି ବ୍ଲକ ଅନ୍ତର୍ଗତ ବାଣିଜରl ପଞ୍ଚାୟତ ର ନବ ନିର୍ବାଚିତ ସମିତି ସଭ୍ୟl ସବିତା ମେହେର୍ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଦାବି ଦlର ଥିଲେ l ଅଧକ୍ଷl ନିର୍ବାଚନ ପାଇଁ ମନ୍ତ୍ରୀ ପରୋକ୍ଷ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ସବିତା ମେହେର୍ ଙ୍କୁ ଅଧ୍ୟକ୍ଷl ଭାବେ ନିର୍ବାଚିତ କରାଯାଇଛିl ସବିତା ମେହେର୍ ଙ୍କ ସପକ୍ଷ ରେ ୨୩ ଗୋଟି ଭୋଟ ରହିଥିବା ବେଳେ ବିଜେପି ର ଅଧକ୍ଷl ପାର୍ଥି କାଞ୍ଚନ ବାଗ ଙ୍କୁ ୧୧ ଗୋଟି ଭୋଟ ପାଇଛନ୍ତି l ଦୀର୍ଘ ଦିନ ରୁ ଏହି ଆସନ ବିଜେପି ହାତରେ ଥିଲା l ଏପରିକି ସ୍ତାନୀୟ ବିଧାୟକ ବିଜେଡି ରୁ ଯାଇଥିଲେ ମଧ୍ଯ ବିଜେପି ଏହି ଆସନ ଅକ୍ତିଆର କରିଆସୁଥିଲା lଏହି ଅଧକ୍ଷl ନିର୍ବାଚନ ରେ ଜୟପାଟଣା ବିଡିଓ ପ୍ରଣବ ଚାନ୍ଦ ନିର୍ବାଚନ ଦାୟିତ୍ଵ ତୁଲାଇ ଥିଲେ l କଡା ସୁରକ୍ଷା ମଧ୍ୟରେ ନିର୍ବାଚନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ସାମ୍ବାଦିକ ଙ୍କୁ ଅଣଦେଖା କରାଯାଇଥିବା ତଥା ସାମ୍ବାଦିକଙ୍କୁ କୋଣସି ସୂଚନା ନ ଦେବା ହେତୁ ସାମ୍ବାଦିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲାl ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର୍ ଙ୍କୁ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସ୍ୱାଗତ୍ ଜଣାଇଛନ୍ତି l ନବନିର୍ବାଚିତ ଅଧକ୍ଷ୍ୟା ଙ୍କୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇ ବିଜୟ ଉତ୍ସବ ପାଳନ କରିଥିଲେ।ନରେନ୍ଦ୍ର ଖୀତୀ ଙ୍କ ରିପୋର୍ଟ।