କୋଲନାର : ୧୮/୦୮ ଆଜି କଂଗ୍ରେସ ନେତା କୋଲନାର ବ୍ଲକ ସଭାପତି ଜି ଗବର୍ଦ୍ଧନ ରାଓ ଙ୍କ ନେତୃତ୍ୱରେ ଆଜି ୧୧ ଦଫା ଦାବିରେ କୋଲନାର ବ୍ଳକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ପ୍ରଥମେ ସହ ସହ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିବା ପରେ ଏକ ରାଲି ବାହାରି କୋଲନାର ବ୍ଲକ କାର୍ଯ୍ୟାଳୟ କୁ ପହଞ୍ଚି ଥିଲା।ଓ ପରେ ବିଭିନ୍ନ ନାରା ବାଜି ଦେବା ସହ ଘେରାଉ କରିଥିଲେ। ପ୍ରଥମ ଦାବି ହେଉଛି ବ୍ଳକ କାର୍ଯ୍ୟାଳୟ ମାନଙ୍କୁ ଅତ୍ୟଧିକ ପି, ସି କାରବାର ୧୫% ରୁ ୫୦% ହେଉଥିବା ବନ୍ଦ କରିବା ଦ୍ବିତୀୟ ରେ ଏବେ ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତ କୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତ କୁ ଦିଆଯାଉ ତୃତୀୟ ରେ ଖାଲି ପଡିଥିବା ୨ ଲକ୍ଷ ୨୬ ହଜାର ୫୬୯ ସରକାରୀ ପଦବୀ ପୂରଣ କରାଯାଉ ଚତୁର୍ଥ ରେ ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ନିତହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତୈଳ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କର।ପଞ୍ଚମରେ କୃଷି ଜାତୀୟ ପଦାର୍ଥ ଅଭାବୀ ବିକ୍ରି ବନ୍ଦ କର କଟନୀ ଛଟନୀ ବନ୍ଦ କର ଓ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ର ସୁବିଧା କର । ଷଷ୍ଠ ରେ ଲୋ ଭୋଲ୍ଟେଜ ପାଓ୍ବାର କଟ୍ ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କର ଟାଟା କମ୍ପାନୀ ର ଖାଉଟି ମାରଣା ବିଜୁଳି ନୀତି ବନ୍ଦ କର । ସପ୍ତମ ରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କର ।ଅଷ୍ଟମ ରେ ନାରୀ ନିର୍ଯାତନା ବନ୍ଦ କର ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବସକ୍ତ କର ।ନବମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କୁ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରିତି ତୋଷଣ କରାଯାଉ ଓ ରାଜ୍ୟ ର ପ୍ରକୃତ ଗରିବ ବାସହୀନ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ପରିଶେଷରେ କୋଲନାର ବିଡ଼ିଓ ଦାବିପତ୍ର ଗ୍ରହଣ କରିଥିଲେ।