ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା କୁକୁଡା ବାଇ ଗ୍ରାମର ବିଧବା ମହିଳା ଅର୍ଣ୍ଣ ସୌରା ଙ୍କ ବଡ ପୁଅ ଦିଲ୍ଲୀପ (୧୭)ଙ୍କୁ ଏକ ନାବାଳିକା ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା l ଗିରଫ ପରେ ଅଭିଯୁକ୍ତ ନା ବାଳକ ହୋଇ ଥିବାରୁ ପୋଲିସ ଜୁଭେନାଇଲ କୋର୍ଟ ରେ ହାଜର କରିବା ପରେ ଭବାନୀପାଟଣା ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଥିଲେ l ତେବେ ମାନସିକ ଭାରସାମ୍ୟ ହରାଇ ଦିଲ୍ଲୀପ ବାଳ ସୁଧାର ଗୃହରେ ରବିବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ନବରଙ୍ଗପୁର ଥାନା ତେନ୍ତୁଳୀଖୁଣ୍ଟି ବ୍ଳକ ଅଧିନରେ ଥିବା କୁକୁଡାବାଇ ଗ୍ରାମର ଅର୍ଣ୍ଣ ସୌରା ଙ୍କ ସ୍ଵାମୀ ଗୌରୀ ଶଙ୍କର ସୌରା ଙ୍କ ଗତ ୫ ବର୍ଷ ପୂର୍ବେ ଅକାଳ ବିୟୋଗ ହୋଇଥିଲା l ମା ଅର୍ଣ୍ଣ ଦିନ ମଜୁରିଆ ହୋଇ ଥିବାରୁ ନିଜର ଦୁଇ ପୁଅ ଦିଲ୍ଲୀପ ଓ ନରେନ୍ଦ୍ର କୁ ମୂଲ ମଜୁରୀ କରି ପାଠ ପଢ଼ାଉଥିଲେ l ବଡ ପୁଅ ଦିଲ୍ଲୀପ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୦୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ସାନ ପୁଅ ନରେନ୍ଦ୍ର ନବମ ଶ୍ରେଣୀ ରେ ପଢୁ ଥିଲା l ତେବେ ଜନୈକା ନାବାଳିକା ଙ୍କୁ ଗର୍ଭବତୀ କରିଥିବା ପରିବାରଙ୍କ ଅଭିଯୋଗ ଆଧାରରେ ନବରଙ୍ଗପୁର ଥାନାରେ ଗତ ଜୁଲାଇ ୨୫ ତାରିଖରେ ମାମଲା ରୁଜ୍ଜୁ ହେବା ପରେ ପୋଲିସ ଅଭିଯୁକ୍ତ ଦିଲ୍ଲୀପ ଙ୍କୁ ଗିରଫ କରିଥିଲା l ଅନ୍ୟ ପକ୍ଷରେ ବଡ ଭାଇ ଗିରଫ ପରେ ସାନ ଭାଇ ଭୟରେ ପାଠ ପଢା ଅଧାରୁ ଗାଁ ରୁ ଅନ୍ୟତ୍ର ଚାଲି ଯାଇ ଥିବା ମା ଅର୍ଣ୍ଣ ଅଭିଯୋଗ କରିଥିଲେ l ତେବେ ସୁଧାର ଗୃହରେ କଡା ସୁରକ୍ଷା ବଳୟରେ ଦିଲ୍ଲୀପ କି ଭଳି ନିଜ ଗାମୁଛା ରେ ପଙ୍ଖା ରେ ଲଟକି ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନ ଉଠୁଛି l
next post