ହାଇସ୍କୁଲ ପରିସର ରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
ଜୁନାଗଡ଼,୬/୧୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ପରିସର ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁନାଗଡ଼ବ୍ଲକ ତରଫରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଥମେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭଯାତ୍ରା ଜୁନାଗଡ଼ ସହର ପରିକ୍ରମା କରି ଜୁନାଗଡ଼ ହାଇସ୍କୁଲ ପରିସରରେ ପହଂଚି ଥିଲା ଏବଂ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ ଖେଳକୁଦ ପ୍ରତିଯୋଗିତା ହୋଇଥିଲା l ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ସିଂହ ଦେଓ (ସାଧାରଣ ସମ୍ପାଦକ,କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ) ଯୋଗଦାନ କରିଥିଲେ ଓ ଖେଳ କୁଦ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ମଳୟ କୁମାର ମୁଣ୍ଡ (ବରିଷ୍ଠ ବିଜ୍ଞାନ ଶିକ୍ଷକ, ଜୁନାଗଡ଼ ହାଇସ୍କୁଲ )ଯୋଗଦାନ କରିଥିଲେ l ସଭାରେ ସଭାପତିତ୍ୱ କରିଥିଲେ ଜୁନାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ଠାକୁର l ସଭା ପରିଚାଳନା କରିଥିଲେ ଶିକ୍ଷକ ଯୀଶୁ ଗୋପାଳ l ସଭା ଓ ଖେଳକୁଦ ପ୍ରତିଯୋଗିତା ରେ ସହାୟତା କରିଥିଲେ ଜୁନାଗଡ଼ ବି. ଆର. ପି. ବିଶ୍ୱ ବୈଠାରୁ, କାର୍ତ୍ତିକ ସରାପ, ରଞ୍ଜନ ସାହୁ ଓ ଅନ୍ୟ ଶିକ୍ଷକ ସମୂହ।