ହିନ୍ଦୋଳ ରାଜନୀତି-ଭାଇ ଭଉଣୀଙ୍କ କଳି: ଦଳରେ ପଡ଼ିବ ଭାରି
ହିନ୍ଦୋଳ(ମ ସୀ ହା)୧୭/୦୧_ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ହିନ୍ଦୋଳ ରାଜନୀତିର ପାଣିପାଗ ସେତିକି ଚର୍ଚ୍ଚା ଆଣିଦେଉଛି । ହିନ୍ଦୋଳ ବିଜେପିର ପୂର୍ବତନ ବିଧାୟକ ପ୍ରାଥୀ ଅଶୋକ କୁମାର ନାଏକ ଦଳ ଛାଡି (ବିଜଦ) ଶାସକ ଦଳରେ ଯୋଗ ଦେଇଥିଲେ । କିନ୍ତୁ ଦଳରେ ଏତେ ମାତ୍ରାରେ ଅଣ ନିଶ୍ୱାସୀ ହୋଇଯାଇଛନ୍ତି ଯେ ପୁରୁଣା ଦଳ ଅର୍ଥାତ (ଭାଜପା)କୁ ପୁଣି ପ୍ରତ୍ୟାବର୍ତ୍ତନ ପାଇଁ ମନ ବଳେଇଛନ୍ତି । ଉପର ଠୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଣି ଦଳକୁ ନେବାକୁ ନେହୁରା ହେଉଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ନିକଟରେ ସାକ୍ଷାତ କରି ନିଜର କ୍ଷୋଭ ପ୍ରକାଶ କରି ଦଳରେ ପୁଣି ସାମିଲ କରିବାକୁ ଅନୁରୋଧ କରିଥିଲେ । କିନ୍ତୁଦଳରେ ନ ମିଶାଇବା ପାଇଁ ହିନ୍ଦୋଳ ଏଵଂ ଓଡ଼ାପଡ଼ା ବ୍ଲକ୍ ଜିଲ୍ଲା ପରିଷଦ ପାର୍ଥି ମାନଙ୍କ ତରଫରୁ ଅଭିଯୋଗ ଟିକୁ ରାଜ୍ୟ ସଭାପତି ଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି l ଜିଲ୍ଲା ପରିଷଦ ପ୍ରାର୍ଥି ମାନଙ୍କର କହିବା କଥା ହେଲା ଦଳୀୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ଵ ଦେଉଥିବା ବ୍ୟକ୍ତି ବିଶେଷ ତଥା ଦଳଡିଆଁରେ ମାହିର ନେତା ଅଶୋକ ନାଏକଙ୍କୁ ଯଦି ଦଳରେ ମିଶାଯାଏ ତେବେ ଦଳର ଅବସ୍ଥା ସେହିଭଳି ହେବ ଯେଉଁ ଭଳି ଅବସ୍ଥା ଗତ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ହେଇଥିଲା ।। ତେଣୁ ଏବେଠୁ ସତର୍କତା ଅବଲମ୍ବନ ନକଲେ ନେଡି ଗୁଡ କହୁଣି କୁ ବହିଗଲା ଭଳି ପରିସ୍ଥିତି ହେବ ।। ଦଳୀୟ କର୍ମୀଙ୍କୁ ଦଳରେ ବିଭାଜନ ସୃଷ୍ଟି କରିସାରିଥିବା ଅଶୋକ ନାଏକଙ୍କୁ କୌଣସି ପରିସ୍ଥିତିରେ ଯଦି ଦଳରେ ମିଶାଯାଏ, ଏହା ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ ।। ଏଵଂ ଏହାର ଯାହା ରାଜନୈତିକ ଫଳାଫଳ ହେବ ସେଥିପାଇଁ କେବଳ ତୁଙ୍ଗନେତାମାନେ ଦାୟୀ ରହିବେ ବୋଲି ଶୁଣିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଶୁଣିବାକୁ ମିଳୁଛି ଯେ ଅଶୋକ ନାଏକଙ୍କୁ ଦଳ ଭିତରେ ନ ପଶେଇ ଦେବାର କାର୍ଯ୍ୟକ୍ରମରେ ପରୋକ୍ଷରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କର ଏହା ଏକଚାଲ ବୋଲି ଜନସାଧାରଣଙ୍କ ଭିତରେ ଆଲୋଚନା ଚାଲୁଛି । ହିନ୍ଦୋଳ ରାଜନୀତି ପାଇଁ ଭାଇଭଉଣୀଙ୍କ ଲଢେ଼ଇ ଦଳ କେତେ ଲାଭ ପାଉଛି ତାହା ଦେଖିବାକୁ ବାକି ରହିଲା ।