“ପରିକ୍ରମା “ର ତ୍ରୟୋଦଶ ସ୍ଵନକ୍ଷତ୍ର ଧୂମଧାମରେ ଅନୁଷ୍ଠିତ
ମୟୂରଭଞ୍ଜ – ୦୧/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା “ର ତ୍ରୟୋଦଶ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି. ।ଏଥିରେ ବରେଣ୍ୟ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଅରୁଣ ଓତା, ବରିଷ୍ଠ ସାମ୍ବାଦିକ ତଥା ସକାଳର ସହ -ସମ୍ପାଦକ ବିମଲ ଥମ୍ବ, କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଯୋଗଦେଇଥିଲେ ।ପରିକ୍ରମା ର ଅଧ୍ୟକ୍ଷ ଈଶାନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ସୁବାସ ମଣ୍ଡକ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ. । ଶିକ୍ଷକ ରଞ୍ଜନ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ତ, ବରିଷ୍ଠ ସାମ୍ବାଦିକ, ସାରସ୍ୱତ ସାଧକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ (ବେତନଟୀ ) ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରାଇରଙ୍ଗପୁର ଗୋ -ଶାଳାକୁ “ଗୋ – ସେବା ଗୌରବ ସମ୍ମାନ ” ପ୍ରଦାନ କରାଯାଇଛି. ଏହାଛଡା ସର୍ବଶ୍ରୀ ହରେନ୍ଦ୍ର ନାରାୟଣ ଦାସ(ଗୀତିକାର ), ଯୋଗଗୁରୁ ରୁପାଲୀ ମହାନ୍ତି (ତାଳଚେର ), ଲୋକସଂଗୀତ ନିର୍ଦ୍ଦେଶକ ଅରୂପ ମହାନ୍ତ, ଚିତ୍ରଶିଳ୍ପୀ ପ୍ରଣବ ମହାନ୍ତ, ବାଲୁକା ଚିତ୍ରଶିଳ୍ପୀ ଅଜୟ ଘୋଷ, ଯୁବନେତା ତଥା ସାନପାଖାନା ସରପଞ୍ଚ ସାଉନା ମାଝୀ, କଣ୍ଠଶିଳ୍ପୀ ମହାନ୍ତ ସୀମା କୋଇଲିୟାର,ସାମ୍ବାଦିକ ସୁବ୍ରତ ମହାନ୍ତି,ଓ ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ, ସାନମୌଦା,ଙ୍କୁ “ପରିକ୍ରମା ଉତ୍କର୍ଷ ସମ୍ମାନ -2023” ଓ ବିଶିଷ୍ଟ ପରିବେଶବିତ୍ ଗୌରାଙ୍ଗ ଚରଣ ରାଉତ (ରାୟଗଡା ), ଛଉଗୁରୁ କୃଷ୍ଣ ସିଂ ମହାନ୍ତ, ସମାଜସେବୀ ସ୍ୱାନନ୍ଦ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ସୁଜିତ ପଟ୍ଟନାୟକ, ସାଂସ୍କୃତିକ ସଙ୍ଗଠକ ମନୋଜ କୁମାର ବେହେରା (ଦେଉଳି ), ବିଶିଷ୍ଟ ସଂଗ୍ରାହକ ଓ ଗବେଷକ ସୁଜିତ ପଟ୍ଟନାୟକ (କେନ୍ଦୁଝର ), ବିଶିଷ୍ଟ କ୍ରୀଡ଼ାବିତ ଧର୍ମପଦ ମହାନ୍ତ, ଙ୍କୁ “ଶିମିଳିପାଳ ଗୌରବ ସମ୍ମାନ -2023″ପ୍ରଦାନ କରାଯାଇଛି. ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ଦିଆଯାଇଥିଲା. ଶେଷରେ ଜଗନ୍ନାଥ ଦାସଙ୍କ ସଙ୍ଗୀତ ପରିଚାଳନାରେ “ଏକ ଶାମ -ମହମ୍ମଦ ରଫିକେ ନାମ” କାର୍ଯ୍ୟକ୍ରମରେ ଉଦୀୟମାନ କଣ୍ଠଶିଳ୍ପୀ ପ୍ରତୀକ ପଣ୍ଡା ଓ ଶର୍ମିଲା ସିଂ ପତି ନିଜ ସଂଗୀତର ଯାଦୁରେ ଶ୍ରୋତାଙ୍କୁ ବିମୋହିତ କରିଥିଲେ. ଉତ୍ସବକୁ ସଫଳ କରାଇବାରେ ଦୁଷ୍ମନ୍ତ ଦାସ, ଶକ୍ତିକାନ୍ତ ଦାସ, କିଶୋର ମଲ୍ଲିକ, ସୌରଭ ପଟ୍ଟନାୟକ, ସୁଶୀଲ ମହାନ୍ତି, ଖୁଦିରାମ ମହାନ୍ତି, କଟିଆ ପରିଛା ପ୍ରମୁଖ ସହାୟତା କରିଥିଲେ.।