ସାରସକଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କୁ ବଦଳି ପାଇଁ ଜାତୀୟ ଓ ରାଜ୍ୟ ସଭାପତିଙ୍କୁ ଲିଖିତ ଅଭିଯୋଗ
ମୟୂରଭଞ୍ଜ – ୨୩/୦୪ ( ମସିହା)କଂଗ୍ରେସ କନ୍ଦଳ ଉଠୁଛି ପଡୁଛି ଊ।ସଂଗଠନର ନାଁ ଧରି ନ ଥିବା ବ୍ୟକ୍ତିଙ୍କ ମୁଣ୍ଡରେ କଂଗ୍ରେସର ସୁନା କଳସ । ଯାହାକୁ ନେଇ ମୂଳ ଡ୍ରେସ୍ କର୍ମିଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଆଶାୟୀଙ୍କ ତରଫରୁ ଅନଲାଇନ ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ମାନଙ୍କ ଆବେଦନ ଗ୍ରହଣ କରାଯାଇଥିଲା ।ଚଳାଚଳ ଥର କଂଗ୍ରେସ ଟିକେଟ ହାତେଇଛନ୍ତି ଯୁବ ଚେହେରା ରାମ କୁମାର ସୋରେନ । ଯାହାଙ୍କୁ ଜଳୀୟ କର୍ମିମାନେ ଚିହ୍ନି ନାହାନ୍ତି ।ତଳ ସ୍ତରରୁ କର୍ମୀମାନଙ୍କ ମତାମତ ନେଇ କଂଗ୍ରେସ ଟିକେଟ ଦିଆ ଯାଇଥିଲେ ସାହାରା ଆପତ୍ତି ନ ଥାନ୍ତା ।ଇତି ମଧ୍ୟରେ ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା,ବ ଶୋଇ ଏବଂ ଵିଜାତଳା ବ୍ଳକ କଂଗ୍ରେସ ତରଫରୁ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବେରେଲ ସିର୍କାଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସେମାନେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ ତୃଣ ମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରାଯାଇ ଉଚିତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଗଲେ ସମସ୍ତେ ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନରେ ସହଯୋଗ କରିବେ ।ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ଓ ବିଜେପିକୁ ମୁହଁ ମୋଡ଼ି କଂଗ୍ରେସ ଆଡ଼କୁ ଡରୁଛନ୍ତି । ତେଣୁ ସପ୍ତାହ ମଧ୍ୟରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍