ସମ୍ପର୍କ
ସୁରେଶ ଚନ୍ଦ୍ର ପାଢୀ
ହେ ଈଶ୍ୱର ତୁମେ ମୋତେ ସଂସାର କୁ ଯେବେ ଆଣିଲ
ମୋ ସାଥେ ସବୁ ସମ୍ପର୍କ କୁ ଯୋଡି ଦେଲ
ଜନ୍ମ ହେଉ ହେଉ ମାତା ସାଥେ ସମ୍ପର୍କ ହୋଇଲା
ପିତା,ଭାଇ ଭଉଣୀ ସାଥେ ମୋ ରକ୍ତ
ସମ୍ପର୍କ ଜଣା ପଡିଲା
ବିଦ୍ୟାଳୟ ଯେବେ ଗଲି ଗୁରୁ ଙ୍କ ସାଥେ ସମ୍ପର୍କ ହେଲା
ସାଙ୍ଗ ସାଥି ସାଥେ ଅନ୍ତରଙ୍ଗ ସମ୍ପର୍କ ଯୋଡି ହେଲା
ଯିଏ ମୋତେ ଭଲ ଲାଗିଲା ତା ସାଥେ ସମ୍ପର୍କ ହେଲା
ସମ୍ପର୍କ ଧୀରେ ଧୀରେ ଆଗକୁ ମୋ ବଢିଲା
ଯଉବନ ବେଳ ରେ ବିବାହ ମୋ ହୋଇଲା
ବିବାହ ପରେ ସ୍ତ୍ରୀସାଥେ ସମ୍ପର୍କ ଯୋଡି ହୋଇଲା
ଯେବେ ମୋର ପୁତ୍ର କନ୍ୟା ଜନ୍ମ ହୋଇଲେ
ବାପା ବାପା କହି ମୋ ସାଥେ ସମ୍ପର୍କ ଯୋଡ଼ିଲେ
ହେଲେ ପ୍ରଭୁ ତୁମ ସାଥେ ମୋ ସମ୍ପର୍କ
ଜନ୍ମ ଜନ୍ମ ପାଇଁ ରହିଛି
ଭୂମିଷ୍ଟ ହେଲା ଦିନୁ ମୁଁ ମାୟା ରେ
ପଡି ଯାଇଛି
ତୁମେ ମୋତେ ସଂସାର କୁ ଆଣି ଥିଲ
ମୋର କର୍ମ ଫଳ ଦେଖି ସବୁ ତ ଦେଲ
ତୁମ. ଠାରୁ ମୁଁ ସଂସାର କୁ ଆସିଥିଲି
ମିଛ ସମ୍ପର୍କ ରେ ପଡି ସବୁ ତ ଭୁଲିଲି
ଯେଉଁ ସମ୍ପର୍କ କୁ ଆଜି ନିଜର କରିଛି
ସେହି ସମ୍ପର୍କ ଦିନେ ପର କରିଦେବ ମୁହିଁ ଜାଣିଛି
କେହି ନୁହେଁ ଏଠି ନିଜର କାହାର
ମିଛ ମାୟାର ସଂସାର ସବୁ ସମ୍ପର୍କ ଏଠି ପର
ସବୁ ସମ୍ପର୍କ ରେ ମୁଁ ସ୍ୱାର୍ଥ କୁ ଦେଖୁଛି
ସ୍ୱାର୍ଥ କୁ ନେଇ ସବୁ ସମ୍ପର୍କ ମୋ ସାଥେ ଅଛି
କିଏ ଦେହ ସାଥେ ସମ୍ପର୍କ ରଖିଛି
ପୁଣି କିଏ ଧନ ନେବାକୁ ସମ୍ପର୍କ
ବାନ୍ଧିଛି
ପିତା ମାତା ସିନା ବିନା ସ୍ଵାର୍ଥେ ସମ୍ପର୍କ ରଖନ୍ତି
ନିଜ ସନ୍ତାନ ପାଇଁ ସବୁ ତ୍ୟାଗ ସେ କରି ଥାନ୍ତି
ପିତା ମାତା ବିନା ନିବିଡ଼ ସମ୍ପର୍କ କା ସାଥେ ହେବ
ଜନ୍ମେ ଜନ୍ମେ ପିତା ମାତା ଙ୍କ ଋଣ ସୁଝି ନ ହେବ
ତୁମ ସାଥେ ପ୍ରଭୁ ମୋ ଆତ୍ମା ର ସମ୍ପର୍କ ରହିଛି
ସବୁ ସମ୍ପର୍କ କୁ ଛାଡି ପ୍ରଭୁ ତୁମରି ଚରଣେ ପଡିଛି