ଦୁଇ ମୃତ ଜଣେ ଗୁରୁତର
କେସିଙ୍ଗା – ଉତ୍କେଲା,୧୬୦୧,ନିପ୍ର,କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ପାଖ ପେଟ୍ରୋଲ ପମ୍ପ ବୁଲାଣି ନିକଟରେ ଏକ ଆପାଚି ବାଇକ OD15L 1255 ରେ ଭବାନୀପାଟଣା ପଟୁ କେସିଙ୍ଗା ଆସୁଥିବା ସାଢେ ଆଠଟା ସମୟରେ ଭାରସାମ୍ୟ ହରାଇ ତାଲ ଗଛରେ ପିଟି ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ପର୍ଶରୁ ଠିକଣା ସମ୍ବଲପୁର ର ନିଶାନ୍ତ ଦାଶ ଟିଟିଲାଗଡ ରେ ଏଓ ରୁପେ କାର୍ଯ୍ୟରତ ଥିବା ଜଣା ପଡିଛି ଓ ଆଉ ଜଣେ ଧର୍ମଗଡ଼ ବେହେରା ର ଅଶୋକ ନାଏକ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି। ଆଉ ଜଣଙ୍କ ସଠିକ ପରିଚୟ ମିଳିପାରିନାହିଁ। ତାଲ ଗଛରେ ଏତେ ଜୋରରେ ପିଟି ହୋଇଛନ୍ତି ଯେ ଜଣଙ୍କ ମୁଣ୍ଡ ମୁହଁ ଚେହେରା ସଂପୁର୍ଣ ମାତ୍ରାରେ ଚିହ୍ନି ହେଉନାହିଁ। କିଏ ଅଶୋକ ଏବଂ ନିଶାନ୍ତ ଚେହେରା ଚହ୍ନିବା ମୁସ୍କିଲ ହୋଇଛି। ଘଟଣା ସ୍ଥଳରେ ଉତ୍କେଲା ଓ କେସିଙ୍ଗା ପୋଲିସ ପହଞ୍ଚି ଶବଟିକୁ ଅମ୍ବୁଲେନସ୍ ଯୋଗେ କେସିଙ୍ଗା ଡାକ୍ତରଖାନା କୁ ପଠାଯାଇଛି।( ଅର୍ଜୁନ ପୋ ଢ଼ ଙ୍କ ରିପୋର୍ଟ)