ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସମ୍ମିଲନି କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ସୁନାନୀ ଶିବିର ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୮ ଗୋଟି ଅଭିଯୋଗ ଗ୍ରହଣ କରାଯାଇ ଥିବା ବେଳେ ୧୩ ଗୋଟି ଗୋଷ୍ଟି ଅଭିଯୋଗ ୨୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ ତାହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଉପ ଜିଲ୍ଲାପାଳ ରାମ ଚନ୍ଦ୍ର ଖାଡ଼ିଆ, ଏସ୍ପି ପ୍ରତ୍ୟୁଷ ଦିବାକର, ପିଡି ଡି ଆର ଡି ଏ ମଧୁଛନ୍ଦା ସାହୁ, ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଥିବାବେଳେ ଖଡ଼ିଆଳ ତହସିଲଦାର ସିନ୍ଧୁ ସୁତା ପାତ୍ର, ଏନ ଏ ସି ନିର୍ବାହି ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଅବକାରୀ ଉପ ନିରୀକ୍ଷକ ଡମ୍ବରୁଧର ହରିଜନ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମସ୍ତ ସମସ୍ୟାର ତୁରନ୍ତ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ