ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁର୍ଲା, ଯୋରାଡବରା- ମ.ରାମପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ଯୋରାଡବରା ଛକ ଠାରୁ ମ.ରାମପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱ ପରିସର ଠାରେ କୁସୁର୍ଲା ଗ୍ରାମ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି l କୁସୁର୍ଲା ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଳ ଠାରେ ପ୍ରାୟ ଏକ ହେକ୍ଟର ଜାଗାରେ ୩୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ କୁସୁର୍ଲା ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ମନେ ଉପସ୍ଥିତ ଥିବାବେଳେ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଓ ହରଗୌରୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ମିଶି ବୃକ୍ଷ ରୋପଣ କରି ବୃକ୍ଷ ଆମ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ମଣିଷ ସମାଜ ଓ ସମସ୍ତ ଜୀବଜଗତ ପାଇଁ କେତେ ଯେ ମୂଲ୍ୟବାନ ତାହା କହିଲେ ନସରେ କିନ୍ତୁ ମଣିଷ ସମାଜ ନିସ୍ଵାର୍ଥ ପର ଭାବରେ ଗଛ କାଟି ଚାଲିଛି l ସେହି ଅଭାବରୁ ଜଳ ବାୟୁ ପରିବର୍ତ୍ତନ ଘଟିବା ସହ ବିଭିନ୍ନ ସମସ୍ୟର ସମ୍ମୁଖୀନର ସାମ୍ମନା କରିବାକୁ ପଢୁଛି l ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ମାନ କରିବା ସହ ଆଗକୁ ସମସ୍ତେ ବୃକ୍ଷ ରୋପଣ କରିବାପାଇଁ ଶପଥ ପାଠ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କାମାକ୍ଷାନଗର ର ସାଇଜ୍ୟୋତି ମହାମହିମ ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ ସ୍ଵର୍ଣ ପଦକ 

masiha

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

Sunil Chandra Nayak

Leave a Comment

error: Content is protected !!