ଜଗବନ୍ଧୁ
ସୁରେଶ ଚନ୍ଦ୍ର ପାଢୀ
ଜୟ ଜଗବନ୍ଧୁ ହୃଦୟର ବନ୍ଧୁ
ଘେନ ମୋ ପ୍ରଣତି ଆହେ କୃପା ସିନ୍ଧୁ
ବନ୍ଧୁ ହୋଇ ତୁମେ ମାନ ରଖିଥିଲ
ସୁଦାମାର ଖୁଦ ଭଜା ତୁମେ ଖାଇ ଥିଲ
ଗରିବ ସୁଦାମାର ଦୁଃଖ ହରିଲ
ଆଖିର ଲୁହ ରେ ତୁମେ ପାଦ ଧୋଇଥିଲ
ଆହେ ଜଗ ବନ୍ଧୁ ମୋ ଜୀବନ ବନ୍ଧୁ
ତୁମେ ମୋ ସୁଖ ଦୁଃଖର ବନ୍ଧୁ
ସୁଗ୍ରୀବ ର ତୁମେ ବନ୍ଧୁ ହୋଇ ଥିଲ
ରାଜା କରି ତାକୁ ରାଜ୍ୟ ସୁଖ ଦେଲ
ବନ୍ଧୁ ହୋଇ ତୁମେ ଭକ୍ତ ମନ ବୁଝିଲ
ସବୁ ଯୁଗେ ତୁମେ ଭକ୍ତ ବନ୍ଧୁ ହେଲ
ଆହେ ଜଗବନ୍ଧୁ ଦୁଃଖିର ବନ୍ଧୁ
ସବୁ ସମୟର ବିପଦର ବନ୍ଧୁ
ବୁଗୁଡ଼ା,ଗଞ୍ଜାମ