ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳିଲା ଦର୍ଶୀ

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳିଲା ଦର୍ଶୀ

ରାଉରକେଲା: ସାମାଜିକ ଅନୁଷ୍ଠାନ ଦର୍ଶୀ ରକ୍ଷାବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କରିଛି। ୭/୧୭ ଛକଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଦର୍ଶୀ, କେବଳ ଭାଇ ନୁହେଁ ପ୍ରକୃତି ଆମକୁ ଜୀବନ ଦେଉଥିବାରୁ, ଗଛକୁ ମଧ୍ୟ ସୁରକ୍ଷା ର ପ୍ରତିଶୃତି ରଖି ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରିଥିଲା। ଦର୍ଶୀ ର ମୁଖ୍ୟ ରଶ୍ମିରେଖା ମିଶ୍ର ଓ ସମ୍ପାଦିକା ସ୍ବାଗତିକା ପଣ୍ଡା ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମତ ରଖିଥିଲେ। ଭାଇ ଯେପରି ଭଉଣୀ ର ସୁରକ୍ଷା ରେ ସହାୟତା କରେ, ସେହିପରି ବୃକ୍ଷ କେବଳ ଆମକୁ ଅମ୍ଳଜାନ ନୁହେଁ ଫଳ, ପୁଷ୍ପ,ପତ୍ର, ମୂର୍ତ୍ତିକା କ୍ଷୟ ରୁ ବଞ୍ଚାଇବା ସହ ଓ ପ୍ରକୃତିକୁ ସୈ।ନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ଏ ସମ୍ପର୍କରେ ଅଧିକ ସଚେତନ ହୋଇ ଗଛର ସୁରକ୍ଷା ନେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧିବା ସହ ଓ ପଥଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଜାତା ପାଣିଗ୍ରାହୀ, ସଂଯୁକ୍ତା ଜେନା, କଳ୍ପନା ଚକ୍ରବର୍ତ୍ତୀ, ରିଙ୍କି କୁମାରୀ, ରବିନାରାୟଣ ପଣ୍ଡା, ମାଧବାନନ୍ଦ ସାହୁ, ସତ୍ୟବ୍ରତ ପଣ୍ଡା, ବାବାଜୀ ସେନାପତି, ପ୍ରବୀର ଚକ୍ରବର୍ତ୍ତୀ, ପ୍ରବୋଧ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

masiha

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ 

masiha

Leave a Comment

error: Content is protected !!