ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ଙ୍କୁ ଅଣଦେଖା କରାଯାଉଥିବା ବେଳେ ସଭା ସମିତିରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉଁ ନଥିବା ଦେଖାଯାଉଅଛି। କାରଣ ଏକ ସଭାରେ ଜିଲ୍ଲାପାଳ ସ୍ବଧା ଦେବ ସିଂ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସିନାପାଳି ବିଡ଼ିଓ ସଦାଶିବ ନାୟକ ଉପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷା ମିନା ଘିବେଳା ଆଗରେ ବସିଥିବା ବେଳେ ବ୍ଲକ ଅଧକ୍ଷା ମାଧୁରୀ ମାଝୀ ପଛରେ ବସିଛନ୍ତି। ଏହି ଘଟଣା ନେଇ ଆଦିବାସୀ ସଙ୍ଘ ପକ୍ଷରୁ ତୀଵ୍ର ନିନ୍ଦା ପ୍ରକାଶ କରିଛନ୍ତି। ସିନାପାଲି ବିଡ଼ିଓଙ୍କୁ ବ୍ଲକ ଅଧକ୍ଷା ପଛରେ ବସିବା କାରଣ ନେଇ ଆଦିବାସୀ ସଂଘ ପକ୍ଷରୁ ବାଳକୃଷ୍ଣ ଶବର ପଚାରିବାରୁ ବିଳମ୍ବରେ ଆସିବା କାରଣରୁ ସେ ପଛରେ ବସି ପଡିଲେ। ଆମର ଭୁଲ ହୋଇଛି ବୋଲି ସ୍ବୀକାର କରିଛନ୍ତି। ଉପଯୁକ୍ତ ସମ୍ମାନ ଦେବାକୁ ଅନୁରୋଧ। ପଦ ଏବଂ ପଦବୀକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ଅଧିକାରୀ ଙ୍କ ନୈତିକ କର୍ତ୍ତବ୍ୟ ଅଟେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post