ରାଉରକେଲା/ ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦଘାଟିତ ହୋଇଯାଇଛି। ଆଦର୍ଶ ପାଠାଗାର ର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଜ୍ଞାନେନ୍ଦ୍ର ଦାଶ, ଅଶୋକ ବଳ,କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳା ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବାବେଳେ ମେଳାରେ ବନାରସୀ ଶାଢୀ,ଯାମହାରୀ ସିଲ୍କ,ତାମିଲନାଡୁ ର ସୂତା ବେଡସିଟ,ଭାଗଲପୁରର ସିଲ୍କ ଶାଢୀ, ଲକ୍ଷ୍ନୋର ଚିକେନ ୱାର୍କ,ଜୟପୁର ଓ ଦିଲ୍ଲୀ ର ଫେସନ ଅଳଙ୍କାର,କୋଟା ଶାଢୀ,ହରିଆନା ଓ ପଞ୍ଜାବର ସୋଫା କଭର, କୁର୍ତ୍ତା,ରାଜସ୍ଥାନୀ ବାନ୍ଧ ଶାଢୀ, କାଶ୍ମୀର ଏମ୍ବ୍ରୋଡରୀ ଟେପ୍, ପୁସମିଙ୍ଗ ସିଲ୍କ ଶାଢୀ, ରାଜସ୍ଥାନୀ ଆଚାର ସହ ବିଭିନ୍ନ ସାମଗ୍ରୀ ଏଠାରେ ଉପଲବ୍ଧ ଅଛି। ସବୁ ଜିନିଷର ବିକ୍ରି ଉପରେ ରିହାତି ଦିଆଯାଉଛି। ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ