ଫୁଲବାଣୀ -: ଗୋଛାପଡା ଥାନା ପୋଲିସ ପେଟ୍ରଲିଂ କରୁଥିବା ସମୟରେ ଚଢ଼ାଉ କରି ୭୦ କେଜି ଗଞ୍ଜେଇ, ଦୁଇ ଜଣ ଚାଲାଣ କାରୀ ଓ ଗୋଟିଏ ଅଟୋରିକ୍ସା ଏବଂ ଦୁଇଟି ବାଇକ ପୋଲିସ ଜବତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଗୋଛାପଡା ଥାନା ପୋଲିସ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଅଟୋରିକ୍ସା ଏବଂ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରି ୭୦ କେଜି ଗଞ୍ଜେଇ ଜବତ କରିବା ସହ ଓଡ଼ି ୧୭ ୟୁ ୨୭୪୯ ଗୋଟିଏ ଅଟୋରିକ୍ସା , ଏଚ ଏଫ ଡିଲକ୍ସ ଓଡ଼ି ୩୧ ସି ୯୮୬୫ ଅନ୍ୟଟି ମଧ୍ୟ ଏଚ ଏଫ ଡିଲକ୍ସ ଓଡ଼ି ୨୭ ଏ ୧୭୨୨ ଦୁଇଟି ବାଇକ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇ ଜଣ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କାଦୁବାହାଲ ଗାଁର ନଜିର ମହମ୍ମଦ ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖମାର ଗାଁ ର ରହିତ ଦୀପ ବୋଲି ଜଣାପଡିଛି। ପୋଲିସ ଗୋଛାପଡା ଥାନା କେସ ନଂ ୮୭/୨୦୨୨ ଦଫା ଗଞ୍ଜେଇ ଚୋରା ଚାଲାଣ ଜନିତ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ବେଳେ ଅଭିଯୁକ୍ତ ଦୁହିଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଗଣମାଧ୍ୟମ କୁ ସୂଚନା ଦେଇଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ