ଭବାନୀପାଟଣା,୧୫/୮: (ମ ନି ସ ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସହିତ୍ୟି ଏକାଡେମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ଗୋଟି ସ୍ଥାନ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଓ ମ. ରାମପୁର ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା। ଭବାନୀପାଟଣାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ଆୟୋଜକ ଡ଼ ପଲ୍ଲିଶ୍ରୀ ପଟ୍ଟନାୟକ ଓ ସଂଯୋଜକ ସତ୍ୟନାରାୟଣ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଦେଶାତ୍ମବୋଧକ କବିତା ପାଠୋତ୍ସଵ ରେ ଭବାନୀପାଟଣାର ୨୦ ଜଣ ନିମନ୍ତ୍ରିତ କବି ସ୍ଵରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ୨୫ ଟି ଜିଲ୍ଲାରେ ୧୨୫ ଟି ସ୍ଥାନରେ ୨୫୦୦ କବିଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା ଯାହାକି ଦେଶରେ ପ୍ରଥମ ଓ ଅଭିନଵ ଢଙ୍ଗରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା।
previous post