ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଯୁବ କଂଗ୍ରସର ଦାବୀ ପତ୍ର ପ୍ରଦାନ
ଧର୍ମଗଡ-କଳାହାଣ୍ଡି ଜିଲ୍ଲା ରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଆସନ ସଂରକ୍ଷଣ ରେ ଆଦିବାସୀ ଓ ପଛୁଆ ବର୍ଗ ଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷ ରୁ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ ଙ୍କ ନେତୃତ୍ୱ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଲ, କଲମପୁର ସଭାପତି ମାଧବ ସୁନାନୀ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା, ଧନସିଂ ନାଏକ, ରାଜେଶ ବଗର୍ତ୍ତି ପ୍ରମୁଖ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ । ପଛୁଆ ବର୍ଗ ଏବଂ ଆଦିବାସୀ ଙ୍କ ପାଈ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ରେ ଆସନ ସଂରକ୍ଷଣ କୁ ନେଇ ଉପଯୁକ୍ତ ଭାବରେ ବିଚାର କରାଯାଇନଥିବା ବେଳେ ଏହାର ପୁନର୍ବିଚାର ପାଈ ଯୁବ କଂଗ୍ରେସ ଦାବୀ କରିଛି ।( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )