ନବରଙ୍ଗପୁର, ପୌରପାଳିକା ସମ୍ମିଳନୀ କକ୍ଷ ଠାରେ ସ୍ମରଣିକା ସବ୍ କମିଟି ଓ କାର୍ଯ୍ୟକାରୀ କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୁମିନାଇ କମିଟି ସଭାପତି ଗଣେଶ ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍ମରଣିକା କମିଟି କୋଡ଼ିନେଟର ଅଶୋକ ପଟ୍ଟନାୟକ ସ୍ମରଣିକା ପ୍ରକାଶନ ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡ଼ିକ ଗୃହରେ ଉପସ୍ଥାପନ କରିଥିଲେ । ସ୍ମରଣିକା ପ୍ରକାଶନ ପାଇଁ ଏକ ସଂପାଦକୀୟ ମଣ୍ଡଳୀ ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାର ଲେଖା ଗୁଡ଼ିକୁ ପ୍ରକାଶ କରାଯିବ।ଏହି ସ୍ମରଣିକାରେ ନବରଙ୍ଗପୁର ମହାବିଦ୍ୟାଳୟର ଐତିହ୍ୟ ଓ ମହାବିଦ୍ୟାଳୟର ଐତିହାସିକ ଘଟଣାବଳୀ, ମହାବିଦ୍ୟାଳୟର ଗୁରୁତ୍ଵପୂର୍ଣ୍ଣ ସ୍ମୂତି, ମହାବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ଥିବା କୃତି ବ୍ୟକ୍ତି ବିଶେଷଙ୍କ ତଥ୍ୟ ସମ୍ବଳିତ ପ୍ରବନ୍ଧ ଇତ୍ୟାଦି ପ୍ରକାଶ ପାଇବ । ଏଥିରେ କୌଣସି କବିତା, ଗଳ୍ପ ସ୍ଥାନୀତ ହେବ ନାହିଁ। ଲେଖା ଗୁଡିକ ଡି ଟି ପି ମୋଡରେ ଗ୍ରହଣ କରାଯିବ। ନଭେମ୍ବର ୧୫ ସୁଦ୍ଧା ଇମେଲ କିମ୍ବା ବ୍ୟକ୍ତିଗତ ଭାବେ ଲେଖା ଗୁଡ଼ିକ କୋଡ଼ିନେଟର ଅଶୋକ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରି ପାରିବେ। ନିର୍ଦ୍ଧାରିତ ତାରିଖ ପରେ ଲେଖା ଗୁଡ଼ିକ ଗ୍ରହଣ କରାଯିବ ନାହିଁ। ଇମେଲର ଠିକଣା ଅଶୋକ ପଟ୍ଟନାୟକଙ୍କୁ ଅତି ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।smaranika2022@gmail.com ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ, ଆଇନ ପରାମର୍ଶ ଦାତା ସମରେଶ ଗନ୍ତାୟତ ଓ ରାମ ପ୍ରସାଦ ପାତ୍ର, ସଦସ୍ୟ ଦିଲ୍ଲୀପ ହୋତା, ବାଲାଜୀ ସାହୁ, କିଶୋର ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ, ସ୍ଵର୍ଣ୍ଣ ଲତା ପଟ୍ଟନାୟକଙ୍କ ସମେତ ସବ୍ କମିଟିର ସଭ୍ୟ ଡ ସଂଯୁକ୍ତା ପଣ୍ଡା, ରାକେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।