ପଦ୍ମା
ସହିପାରିଲନି ସ୍ୱାମୀର ଗଞ୍ଜଣା
ତେଜିଲ ଶିରି ମନ୍ଦିର
ନିରାହାର ରହି ବାର ବରସକୁ
ଜଗତକୁ ସମାଚାର
ଜାତୀ ଅଜାତୀର ନିଶାଣ ବହିଲା
ହୋଇଲ ତୁମେ ବାହାର
ସହିପାରିଲନି ସ୍ୱାମୀର ଗଞ୍ଜଣା
ତେଜିଲ ଶିରିମନ୍ଦିର………………….
ନିଜେ ପଡ଼ିଦାତ୍ରୀ କୀଟଠୁ ବ୍ରହ୍ମ ଯେ
ନେଲନି ଟିକେ ଆହାର
ଶିକ୍ଷା ଦେବାପାଇଁ ଜାତନା ସହିଲ
ଚଉଦ ବ୍ରହ୍ମ।ଣ୍ଡ ତୋର
ଲଷ୍ମୀ ବଡ଼ ବୋଲି ଜଗତେ ଶୁଭିଲା
ମାନିନେଲେ ଦେଢ଼ସ୍ୱର
ସହିପାରିଲନି ସ୍ୱାମୀର ଗଞ୍ଜଣା
ତେଜିଲ ଶିରିମନ୍ଦିର………………….
ଝରାଇଛ କେତେ ଲୋତକ ନୟନୁ
ବିନିଦ୍ର ରଜନୀ ପାହି
ତୁହାଇ ତୁହାଇ କେତେ କାନ୍ଦିଅଛ
ବଡ଼ ଠାକୁରଙ୍କ ପାଇଁ
କାହିଁକି ଗୋ କୁହ ଏତେ ଦୟା ତୁମ
ବୁହାଇ ପ୍ରେମର ଧାର
ସହିପାରିଲନି ସ୍ୱାମୀର ଗଞ୍ଜଣା
ତେଜିଲ ଶିରିମନ୍ଦିର…………………
ସିତାଂଶୁ ଜେନା