ଗୋଳାମୁଣ୍ଡା /ମସିହା ତା୯/୨/ ତ୍ରିସ୍ତରୀୟ ନିର୍ବାଚନ ପାଇଁ ତିନି ରାଜନୈତିକଦଳ ଭିତରେ ଜୋରସୋରରେ ପ୍ରଚାର ପ୍ରସାର ଚାଲିଥିବା ବେଳେ ଶା ସ କ ଦଳ ପକ୍ଷରୁ ଭୋଟ ହାତେଇବା ପାଇଁ ପ୍ରାଣପଣେ ଚେଷ୍ଟା ଚାଲିଛି । ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଡୁଙ୍ଗରି ଗୁଡା ଗ୍ରାମରେ ଶାସକ ଦଳ ର କର୍ମୀ ପକ୍ଷରୁ ଫରଙ୍ଗ ଗ୍ରାମର ଗଣେଶ ନାଏକ ଭୋଟ ପିଛା ୨୦୦ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଟଙ୍କା ବଣ୍ଟନ କରୁଥିବା ଗଣେଶନାଇକ କୁ ଧରି ଗାଁ ଲୋକଙ୍କୁ ଜିମା ଦେଇଥିଲେ ବୋଲି ଜଣାପଡିଛି । ମମିତା ହତ୍ୟା ଘଟଣା ଉପରେ ଶାସକ ଦଳ କୁ ଜିତିବା ବହୁକଷ୍ଟ ସାଧ୍ୟ ହୋଇପଡିଛି ତେଣୁ କରି ଟଙ୍କା ବାହୁ ବଳ ପ୍ରୟୋଗ କରି ଦ୍ଭୋଟ କିଣି ଜିତିବା ପାଇଁ ପ୍ରୟାସ ଚାଲିଛି ବୋଲି ବୁଦ୍ଧିଜୀବି ମହଲରେ ଜୋର ଚର୍ଚ୍ଚା ଧରିଛି । ସେହିପରି କେଗାଁ ଜୋନ ୩ରେ ମହାଳିଙ୍ଗ ପଞ୍ଚାୟତର ମହାଳିଙ୍ଗ ଓ କୋଦୋଭଟ୍ଟାରେ ଭୋଟ ପିଛା ୩୦୦ଟଙ୍କା ଏବଂ ସିନାପାଲି ପଞ୍ଚାୟତରେ ଭୋଟ ପିଛା ୨୦୦ଟଙ୍କା ଦେଇଥିବା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି । ଗଣତନ୍ତ୍ର ଶାସନରେ ଟଙ୍କା ବଣ୍ଟନ କରି ଭୋଟ ହାତେଇବା ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଦନ୍ତ କରି ଭୋଟ କିଣାବିକାକୁ ବନ୍ଦ କରିବା ପାଇଁ ଗୋଳାମୁଣ୍ଡା ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।ଯଦିଓ ପୋଲିସ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ପ୍ରକୁତ ପ୍ରାଥୀ, ପ୍ରାଥିନି ବାଦ ପଡିଯିବ ବୋଲି ସ୍ଥାନୀୟ ଜନସାଧାରଣ ଉଦବେଗ ପ୍ରକାଶ ପାଇଛି ।ଗୋଳାମୁଣ୍ଡା ବ୍ଲକରୁ ମସିହା ପ୍ରତିନିଧି