ନୂଆପଡା: ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ସରକାରକୁ ଭୋଟ ନଦେବା ପାଇଁ ଆଦିବାସୀ କଲ୍ୟାଣ ସଙ୍ଘ ସମ୍ପାଦକ ବାଳକୃଷ୍ଣ ସବରଙ୍କ ସଭାପତିତ୍ୱରେ ଏକ ବୈଠକ ଖଡ଼ିଆଳ ବ୍ଲକ ବଡ଼ଦୋହେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ୨୦୨୨ ତ୍ରିସ୍ତରୀୟ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ ମାନଙ୍କ ରାଜନୈତିକ ସଂରକ୍ଷଣ ଅଧିକାରକୁ ଅଶାମ୍ବିଧାନୀକ ଭାବରେ ଉଛେଦ କରିଥିବାରୁ ଆଦିବାସୀ ମାନେ ପ୍ରତିକ୍ରିୟା ଶୀଳ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ । ଏହି ପ୍ରତିବାଦ ସଭାରେ ଆଦିବାସୀ ମାନେ ତାଙ୍କର ଇଷ୍ଟ ଦେବୀ ମାଟି ମାଙ୍କ ସାମନାରେ ଆଖି, କାନ, ନାକ ଛୁଇଁ ସମ୍ବିଧାନ ବିରୋଧୀ ବିଜେଡି ଦଳକୁ ଭୋଟ ନଦେବା ପାଇଁ ଶପଥ ପାଠ କରିଥିଲେ । ବିଜେଡି ଦଳର ସମସ୍ତ ପ୍ରାଥୀ ମାନଙ୍କୁ ସମସ୍ତ କ୍ଷେତ୍ରରେ ପରାଜିତ କରିବାକୁ ଆଦିବାସୀ ମାନେ ବଦ୍ଧପରିକର ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଅଵସର ପ୍ରାପ୍ତ ଏ ସି ଏଫ ଜୟରାମ ଶବର, ଅବସର ପ୍ରାପ୍ତ ସି ଏସ ଓ ଜୟାନନ୍ଦ ମାଝୀ, ନୂଆପଡ଼ା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ, ନାରୀ ନେତ୍ରୀ ଗିତାଞ୍ଜଳି ଶବର, ହେମନ୍ତ ମାଝୀ, ପୂର୍ଣ୍ଣଚନ୍ଦ୍ର ନାୟକ, ସମେତ ତିନିସହରୁ ଅଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ବଦଦୋହେଲ ଗ୍ରାମବାସୀ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ