ବାଲେଶ୍ଵର,୧୫/୮/୨୩-ବାଲେଶ୍ଵର ଜିଲ୍ଲା ଖଇରା କଲେଜ ନିକଟ ବଣପାରିଆ ଛକ ଠାରେ ପବିତ୍ର ୭୭ତମ ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ନୂତନ କଂଗ୍ରେସ କାର୍ଯ୍ଯାଳୟ ଉଦଘାଟିତ ହୋଇଥିଲା । ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ଓ ପୁରାତନ କର୍ମୀମାନେ ଯୋଗ ଦେଇଥିଲେ ।
କାର୍ଯ୍ଯାଳୟ ଉଦଘାଟନ ପରେ ପରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ପ୍ରାର୍ଥୀ ହିମାଂଶୁ କୁମାର ବେହେରାଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ବ କରିଥିଲେ ବ୍ଲକ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଦାସ । ଉକ୍ତ ସମ୍ମିଳନୀରେ ଅତିଥି ଭାବେ ପୂର୍ବତନ ସାଂସଦ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ବାଲେଶ୍ଵର ଜିଲ୍ଲା ସଭାପତି ସଞ୍ଜୀବ ଗିରି, ନୂତନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ମଞ୍ଚାସୀନ ଥିଲେ । ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡ଼ାଙ୍କ ଅତିଥି ପରିଚୟ ପ୍ରଦାନ ପରେ ସଭାପତି ସଭାକାର୍ଯ୍ଯ ଆରମ୍ଭ କରିଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ । ମୁଖ୍ୟତଃ ଭତ୍ତା, ଚାଷ, ବିଦ୍ଯୁତ୍, ଜଳସେଚନ, ଶିକ୍ଷା, ଗମନାଗମନ, ଆବାସ ଯୋଜନା, ରାସନ ଏବଂ ନିଯୁକ୍ତିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ମାତ୍ରାରେ ଅତିଥି ମାନେ ବର୍ଷିଥିଲେ । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ପ୍ରତି କି ପ୍ରକାର ସେବା ରହିବ, ତାହା ପ୍ରାର୍ଥୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସାମ୍ବାଦିକ ମାନଙ୍କ ତରଫରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଅତିଥିମାନେ । ଏଥିରେ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଭାପତି ଶ୍ରୀ ଗିରି ଏବଂ ବରିଷ୍ଠ ନେତା ଶ୍ରୀ ସେଠୀ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।