ରାୟଗଡ଼ା – ତା ୨୨/୦୩ ଆଜି ପୌର ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ପକ୍ଷରୁ ଦେଖିବାକୁ ମିଳିଥିଲା ଜୋରଦାର ପ୍ରଚାର। କଂଗ୍ରେସ ଦଲର ଯୁବ ବାହିନୀ ପକ୍ଷରୁ ଆଜି ଆୟୋଜିତ ହେଇଥିଲା ବୃହୁତ୍ କାଇକ ରାଲି ଓ ରୋଡ ସୋ।
କଂଗ୍ରେସ ପ୍ରଚାରର ସୂତ୍ରଧାର ଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ଏକମାତ୍ର ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଉଲ୍ଳାକା। ତାଙ୍କ ସହିତ ଥିଲେ କଂଗ୍ରେସର ପୌର ପରିଷଦର ଅଧ୍ୟକ୍ଷ ପାର୍ଥି ଶ୍ରୀଯୁକ୍ତ ଅପଳା ସ୍ବାମୀ କାଡକା । ଏକଦା ଅଭିଭୁକ୍ତ କୋରାପୁଟ ଜିଲ୍ଲାରେ ଏକଛତ୍ର ରାଜ କରୁଥିବା କଂଗ୍ରେସର ଅଭୁଲା ଅତୀତକୁ ଦୋହରାଇବା ପାଇଁ ଲାଗି ପଡିଛନ୍ତି ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଉଲ୍ଳାକା । କଂଗ୍ରେସ ଦଳ ସମର୍ଥିତ ପୋୖର ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ସମସ୍ତ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀକୁ ଶତ ପ୍ରତିଶତରେ ଜିତାଇବାକୁ କରିଥିଲେ ନିବେଦନ।
ତା ୨୪/୩/୨୦୨୨ ରିଖ ଦିନ ପାଇଁ ସମସ୍ତେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି। ରାୟଗଡ଼ାରେ ଭୋଟ ଗ୍ରହଣ ହେବ ଓ ପୋୖର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।